ଓଡିଶା ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଓଡିଶା ସାମ୍ବାଦିକଙ୍କ ପାଇଁ ଖୁସି ଖବର। କାରଣ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା’ ଯୋଜନା କରିଛନ୍ତି । ଏହି ଯୋଜନା ଜୁନ୍ ୧ରୁ ଆରମ୍ଭ ହେବ।

ଏହି ଯୋଜନାରେ ୩୨୩୩ କାର୍ଯ୍ୟରତ ସାମ୍ବାଦିକ ପ୍ରଥମ ପର୍ଯ୍ୟାୟରେ ଉପକୃତ ହେବେ। ଏହି ଯୋଜନା ଅଧିନରେ ଜଣେ ସାମ୍ବାଦିକ ବାର୍ଷିକ ୨ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ରାଶି ପାଇପାରିବେ। ଏହାଛଡା ସାମ୍ବାଦିକ ସମେତ ପରିବାରର ୫ଜଣ ସଦସ୍ୟ ଏହି ଯୋଜନାରେ ଉପକୃତ ହୋଇପାରିବେ।

ସ୍ୱାସ୍ଥ୍ୟ ବୀମା କାର୍ଡ ଗୁଡିକ ସମ୍ପୃକ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ।

 


ସେୟାର କରନ୍ତୁ