ପିସିଆର ଡ୍ରାଇଭରଙ୍କ ଦବଙ୍ଗଗିରି, ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ୪ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପୁଲିସ ପିସିଆର ଭ୍ୟାନ ଚଲାଉଥିବା ଜଣେ ଡ୍ରାଇଭରଙ୍କ ଦବଙ୍ଗଗିରି ପୁଣି ରାଜଧାନୀରେ ଦେଖିବାକୁ ମିଳିଛି । ଘଟଣାଟି ଘଟିଛି ଖଣ୍ଡଗିରି ଥାନା ଅଞ୍ଚଳରେ । ଆକ୍ରମଣ ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଭରତପୁର ଅଞ୍ଚଳର ଅଜୟ କୁମାର ଜେନା, ପୋଖରୀପୁଟ ଅଞ୍ଚଳର ରାଜେଶ ବେହେରା, ପୁରୁଣା ଭୁବନେଶ୍ୱରର ଜନ ଖୁଣ୍ଟିଆ ଓ ସ୍ୱରାଜ ମହାନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ବରମୁଣ୍ଡା ଗାଁରେ ପଶି ପିସିଆର ଡ୍ରାଇଭର ଅଜୟ ଜେନା ଓ ତାଙ୍କ ପୁଅ ବାବୁ, ବୁବୁଆ ପ୍ରଧାନ ଓ ତାଙ୍କର କିଛି ସହଯୋଗୀ ସାହିରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ । ପୁଲିସ ଏକ କାରରୁ ୩ଟି ଖଣ୍ଡା ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି ।

ସୂଚନାଯୋଗ୍ୟ, ପ୍ରଧାନସାହିର ଶତୃଘ୍ନ ପ୍ରଧାନ ଓ ଦୁଃଶାସନ ପ୍ରଧାନ ଘର ବାରଣ୍ଡାରେ ବସି ଗଢ଼ୁଥିଲେ । ଏକ ନାଲି ରଙ୍ଗର କାର(ଓଡି ୩୩ ଏନ୍ ୨୩୭୧)ରେ ଆସି ସେଠାରେ ପହଞ୍ଚିଥିଲେ । କାର ଭିତରେ ଅଜୟ, ବାବୁ ଓ ତାଙ୍କ ଅନ୍ୟ ୩ ଜଣ ସହଯୋଗୀ ଥିଲେ । ହଠାତ୍ ଅଜୟ ଓ ବାବୁ କାରରୁ ବାହାରି ସେମାନଙ୍କୁ ଗାଳିଗୁଳଜ କରିଥିଲେ । ଦୁଃଶାସନ ଓ ଶତୃଘ୍ନ ସେମାନଙ୍କୁ ଗାଳି ନକରିବା ପାଇଁ ରୋକିଥିଲେ ।

ବାସ,ଏତିକିରେ ବାପା ପୁଅଙ୍କ ମୁଣ୍ଡରେ ପିତ୍ତ ଚଢ଼ିଥିଲା । ଖଣ୍ଡା ବାହାର କରି ଗାଁ ଦାଣ୍ଡରେ ବୁଲାଇଥିଲେ । ଯିଏ ଆସିଲା, ତାକୁ ଠେଲାପେଲା କରିଥିଲେ । ୧୫ ମିନିଟ୍ ଧରି ଏଭଳି କାଣ୍ଡ ଭିଆଇବା ପରେ ଗାଁ ଲୋକ ଏକାଠି ହୋଇ ସେମାନଙ୍କୁ ବିରୋଧ କରିଥିଲେ । ଗାଁ ଲୋକଙ୍କ ଏକାଠି ହେବା ଦେଖି ବାପା ପୁଅ ସେଠାରୁ ଖସି ପଳାଇଥିଲେ । ହେଲେ ସେମାନଙ୍କ ସାଙ୍ଗରେ ଆସିଥିବା ଅନ୍ୟ ସହଯୋଗୀ ଗାଁ ଲୋକଙ୍କ ହାତରେ ଧରାପଡି ନିସ୍ତୁକ ମାଡ ଖାଇଥିଲେ । ପୁଲିସ୍ ସେଠାରେ ପହଞ୍ଚି କାରରୁ ଖଣ୍ଡା, ମଦବୋତଲ, ବିପୁଳ ପରିମାଣରେ ରାଜନୈତିକ ଦଳର ପତାକା ଜବତ କରିଥିଲା ।


ସେୟାର କରନ୍ତୁ