ଜୁନ ୯ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାର ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଦେଇଥିବା ଶତାଧିକ ଛାତ୍ରଛାତ୍ରୀ ଏବେ ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି । ଖାଲି ଏତିକି ନୁହେଁ ଅଭିଭାବକ ଓ କଲେଜ କର୍ତୃପକ୍ଷ ମଧ୍ୟ ପରୀକ୍ଷା ଫଳକୁ ଚାହିଁ ବସିଛନ୍ତି । ଏବେ ସମସ୍ତଙ୍କ ପାଇଁ ଖୁସିର ଖବର ଯେ, ଆଉ କେତେଟା ଦିନ ଭିତରେ ପରୀକ୍ଷା ଫଳ ବାହାରୁଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ଜୁନ ୯ରେ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି ।

ଅନ୍ୟପଟରେ ଗତବର୍ଷ ମେ’ ୩୧ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ହେଲେ ଚଳତ ବର୍ଷ ଖାତାଦେଖା ସମୟରେ ସୃଷ୍ଟି ହୋଇଥିବା ବିଭ୍ରାଟ ଯୋଗୁ ଫଳ ବାହାରିବା ନେଇ ବିଳମ୍ବ ହେଉଥିବା ପୂର୍ବରୁ ମନ୍ତ୍ରୀ ସ୍ୱୀକାର କରିଥିଲେ ।


ସେୟାର କରନ୍ତୁ