“ଆର୍ଟ ପିଲଗ୍ରୀମ୍ସ” ଉଦଯାପିତ, ବନାରସର ଆନନ୍ଦବନ ଚିତ୍ରଶିଳ୍ପୀ ପୁରସ୍କୃତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପୁରୀରେ ଚାଲିଥିବା କଳା ଶିବିର “ଆର୍ଟ ପିଲଗ୍ରୀମ୍ସ” ଆଜି ଉଦଯାପିତ ହୋଇଯାଇଛି । ଟଙ୍କପାଣି ରୋଡସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀଠାରେ ସୁଦୂର ବନାରସର ଆନନ୍ଦବନ ଚିତ୍ରକଳା ସଂଗଠନର ୨୦ଜଣ ଚିତ୍ରଶିଳ୍ପୀଙ୍କୁ ଏଥିରେ ପୁରସ୍କୃତ କରାଯାଇଛି ।

ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ, ଜଳ ସମ୍ପଦ ବିଭାଗ ସଚିବ ଓ ଜଣାଶୁଣା କଳା ସଂଗ୍ରହକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଶିଳ୍ପୀମାନଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ମାନୀତ କରିଥିଲେ । ସେ କହିଥିଲେ ଓଡିଶା ବହୁ ପୁରାତନ କାଳରୁ ଉକୃଷ୍ଠ କଳା ପାଇ ବେଶ ପରିଚିତ ଏବଂ ଆଜି ଆମ୍ଭେ ଭାରତର ସର୍ବ ପୁରାତନ ସାଂସ୍କୃତିକ ସହର ରୂପେ ଜଣାଶୁଣା ବନାରସରୁ ଆସିଥିବା କିମ୍ବଦନ୍ତୀ ବରେଣ୍ୟ ଶିଳ୍ପୀମାନଙ୍କୁ ଭୁବନେଶ୍ୱରରେ ପାଇ ଏବଂ ତାଙ୍କର କଳାକୃତି ଗୁଡିକୁ ଦେଖିବାର ସୁଯୋଗ ଦେଇଥିବାରୁ ସମସ୍ତ ଶିଳ୍ପୀ ମାନଙ୍କୁ ଅଶେଷ ସାଧୁବାଦ ଜଣାଇଥିଲେ ।

ଏହି ଉଦଯାପନୀ ଉତ୍ସବରେ ଓଡିଶା ଲଳିତକଳା ଏକାଡେମୀର ସଚିବ ମାନସ ରଞ୍ଜନ ଜେନା, ସୁଭଦ୍ରା ଆର୍ଟ ଗ୍ୟାଲରେୀର ଚେୟାରମ୍ୟାନ ସୂର୍ଯ୍ୟ ରଥ ଓ ନିର୍ଦେଶକ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ । ବରିଷ୍ଠ ଚିତ୍ରଶିଳ୍ପୀ ଫ୍ରଫେସର ପ୍ରଣାମ ସିଂ, ଫ୍ରପେସର ସୁନୀଲ ବିଶ୍ୱକର୍ମା, ଫ୍ରଫେସର ସୁନୀଲ କୁସବାହ, ରାଜୀବ ଲୋଚନ ସାହୁ, ପଙ୍କଜ ବର୍ମା, ଶ୍ରମତୀ ଆଶା ପ୍ରକାଶ, ଶ୍ରୀମତି ଶାରଦା ସିଂ, ନିଧୀ ତ୍ରୀପାଠୀ, ସ୍ନେହଲତା, ଡା. ବିଶାଖା ପାଠକ, ଶ୍ରଦ୍ଧା ଚର୍ତୁବେଦୀ, ରାହୁଲ ସିଂ, ଅଜୟ ଉପାସନୀ, ଫ୍ରପେସର ସତ୍ୟେନ୍ଦ୍ର ବାଉନୀ, ପଙ୍କଜ କୁମାର ଶର୍ମା ଏବଂ ସଂଜୟ ସିଂ, ଡ. ଗିତିକା, ଶାଲିନ ସିଂ, ଜୋସ୍ନା ମିଶ୍ର ଆଦି ଚିତ୍ରଶିଳ୍ପୀ ବନାରସରୁ ଏବଂ ବିଶିଷ୍ଠ ଚିତ୍ରଶିଳ୍ପୀ ରଘୁନାଥ ସାହୁ, କଳାଶ୍ରୀ ବିନୋଦିନୀ ବେହେରା, ଜୟା ଜେନା, ତୁହିନା ଜୋଶୀ, ଅରୁଣ ପାଲର, ସୁରେଶ୍ୱର ଧଳ ଓ ଫଟୋଗ୍ରାଫର ସୁଜିତ ସେନଗୁପ୍ତା ଓଡିଶାରୁ ଏବଂ ବାଙ୍ଗାଲୋରରୁ ସଞ୍ଜୟ କେତନ ଆଦି ଶିଳ୍ପୀମାନଙ୍କୁ ଆଜି ସୁଭଦ୍ରା ଗ୍ୟାଲେରୀରେ ସମ୍ମାନୀତ କରାଯାଇଥିଲା ।

ଏହିପରି କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମ ଏବଂ ଆଗାମୀ ଦିନରେ ଦେଶ ଓ ବିଦେଶରୁ ଅନେକ କଳାକାର ଓଡିଶା ଭ୍ରମଣରେ ଆସି ସୁଭଦ୍ରା ଗ୍ୟାଲେରୀରେ ପ୍ରଦର୍ଶନୀ କରିବାର କର୍ଯ୍ୟକ୍ରମ ରହିଛି ବୋଲି ଗ୍ୟାଲେରୀର ଚେୟାରମ୍ୟାନ ସୂର୍ଯ୍ୟ ରଥ ସୂଚନା ଦେଇଥିଲେ । ଆନନ୍ଦବନ କଳାକାର ସଂଗଠନ ଦ୍ୱାରା ଆଯୋଜିତ ଏହି ପ୍ରଦର୍ଶନୀ ସୁଭଦ୍ରା ଆର୍ଟ ଗ୍ୟାଲେରୀରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।


ସେୟାର କରନ୍ତୁ