ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା, ଚିଟଫଣ୍ଡ ତଦନ୍ତ ନେଇ କରିବେ ସମୀକ୍ଷା…

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଚିଟଫଣ୍ଡ ଠକେଇର ତଦନ୍ତ କେତେ ଦୂର ଆଗେଇଛି ଏହାର ସମୀକ୍ଷା ନେଇ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା । ଭୁବନେଶ୍ୱରର ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପହଚିଂବା ପରେ ତାଙ୍କୁ ସ୍ଥାନୀୟ ସିବିଆଇ ମୁଖ୍ୟ ସ୍ୱାଗତ ଜଣାଇଥିଲେ । ଆଜି କାର୍ଯ୍ୟାଳୟର ବନ୍ଦ କବାଟ ଭିତରେ ଏକ ଗୁରୁତ୍ୱପୁର୍ଣ୍ଣ ବ୍ୟଠକ ବସିଥିଲା ।

ଏଥିରେ ସିବିଆଇ ଏସପିଙ୍କ ସମେତ ଚିଟଫଣ୍ଡ ମାମଲାର ତଦନ୍ତ ଭାର ହାତେଇଥିବା ଅନ୍ୟ ତଦନ୍ତକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ ଚିଟଫଣ୍ଡ ତଦନ୍ତରେ ଅଗ୍ରଗତି ନେଇ ସମାକ୍ଷା କରିଥିଲେ । ଏହାଛଡ଼ା ଚିଟଫଣ୍ଡ ମାମଲାରେ ଚାର୍ଜସିଟ ସରିଛି କି ନାହିଁ ସେନେଇ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ତଦନ୍ତଭାର ଆହୁରି ତୀବ୍ର କରିବା ପାଇଁ ଅଧିକାରୀଙ୍କୁ ନର୍ଦ୍ଦେଶ ଦେଇଥିବା ବିଶ୍ୱସ ସୂତ୍ରରୁ ସୂଚନା ମଳିଛି ।

ସୂଚନା ଯୋଗ୍ୟ, ଓଡ଼ିଶାରେ ମୋଟ ୪୪ ଚିଟଫଣ୍ଡ ଠକେଇ ମାମଲା ଉପରେ ସିବିଆଇ ତଦନ୍ତ କରୁଛି । ସେଥିମଧ୍ୟରୁ ପ୍ରାୟ ୩୦ଟି ଚିଟଫଣ୍ଡ ମାମଲାର ଚାର୍ଜସିଟ ସିବିଆଇ କୋର୍ଟରେ ଦାଖଲ କରିଥିବା ଜଣାପଡିଛି ।


ସେୟାର କରନ୍ତୁ