ବର୍ଷା ଜଳ ନିଷ୍କାସନ ହୋଇନପାରି ଘରେ ପାଣି ପଶିବାରୁ ପିତିରି ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ – ସୁନୀଲ କୁମାର ନାୟକ

ପରଜଙ୍ଗ : ଗତକାଲି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗବ୍ଲକ ଅନ୍ତର୍ଗତ ପିତିରି ଗ୍ରାମବାସୀଙ୍କ ଦ୍ୱାରା 53ନଂ ଜାତୀୟ ରାଜପଥ ଅବରୋଧ ହୋଇଥିଲା । ସୂଚନା ଅନୁଯାୟୀ- ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହୋଇ ନଥିବା ଫଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଉଭୟ ରାସ୍ତାର ଦୁଇ ପାର୍ଶ୍ୱ ଘରେ ପାଣି ପଶିବାରୁ ଗ୍ରାମବାସୀ ରାସ୍ତାରୋକ କରିଥିଲେ ।

ବାସ୍ତବରେ ଜାତୀୟ ରାଜପଥ ସମ୍ପ୍ରସାରଣ ପୂର୍ବରୁ ଯେଉଁ ରାସ୍ତା ଥିଲା ଗାଁ ପାଖରେ ଡ୍ରେନେଜ ବ୍ୟବସ୍ଥା ଥିଲା ରାସ୍ତାର ସମ୍ପ୍ରସାରଣ ଫଳରେ ସେହି ଡ୍ରେନରେ ମାଟି ପୋତି ହୋଇ ଯାଇଛି ଯାହାଫଳରେ ବର୍ଷା ପାଣି ନିଷ୍କାସନ ହୋଇ ପାରୁନାହିଁ । ଯାହା ଫଳରେ ଅଧିକ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶି ଯାଇଛି ଯାହାକୁ ନେଇ ଗ୍ରାମବାସୀ ରାସ୍ତାରୋକ କରିଥିଲେ ।

ସୂଚନା ଥାଉକି, ପୂର୍ବରୁ ସେହିଭଳି ମୁଣ୍ଡେଇ ଲୋଗ୍ରାମରେ ପାଣି ପଶିବା ଫଳରେ ଗ୍ରାମବାସୀ ରାସ୍ତା ରୋକ କରିଥିଲେ, କମ୍ପାନୀର ରାସ୍ତା ନିର୍ମାଣ କାର୍ଯ୍ୟ ଧିମେଇ ଚାଲିବା ଫଳରେ ପ୍ରାୟ ଜାଗାରେ ଦୁର୍ଘଟଣା ମାନ ଘଟୁଥିବା ଜଣା ପଡ଼ିଛି । ଖବର ପାଇ ପରଜଙ୍ଗ ଥାନା ଅଧିକାରୀ ଓ ରାସ୍ତା ସମ୍ପ୍ରସାରଣ କରୁଥିବା ଠିକା ସଂସ୍ଥାର କର୍ମଚାରୀ ପହଞ୍ଚି ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରାଯିବାର ପ୍ରତିଶୃତି ଦେବା ଫଳରେ ରାସ୍ତା ରୋକ ହଟିଥିଲା । ଯାହାପରେ ଯାନବହାନ ସ୍ୱାଭାବିକ ଭାବେ ଚଳାଚଳ କରିଥିଲା ।


ସେୟାର କରନ୍ତୁ