ଅଲମ୍ପିକ ଆସୋସିଏସନର ଜମି କେଳେଙ୍କାରୀ ଘଟଣା: ଇଡ଼ିରେ ହାଜର ହେବା ପାଇଁ ଆଶୀର୍ବାଦଙ୍କ ଜ୍ୱାଇଁକୁ ନୋଟିସ୍

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଅଲମ୍ପିକ ଆସୋସିଏସନର ଜମି କେଳେଙ୍କାରୀ ଘଟଣାରେ ଅଧିକ ତଥ୍ୟ ଯୋଗାଡ଼ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଓଡ଼ିଶା କିକ୍ରେଟ୍ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସନ୍ଦିପ ସାମଲଙ୍କୁ ନୋଟିସ୍ (ସମନ) କରିଛି । ୭ ଦିନ ମଧ୍ୟରେ ଇଡିରେ ହାଜର ହେବାକୁ ଉକ୍ତ ସମନରେ ଉଲ୍ଲେଖ ରହିଥିବା ଜଣାପଡିଛି ।

ଉକ୍ତ ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡ଼ି ଆଶୀର୍ବାଦ ଏବଂ ତାଙ୍କ ପୁଅ, ଜ୍ୱାଇଁଙ୍କ ବିରୋଧରେ ୨୦୧୭ରେ ଠକେଇ ଓ ଟଙ୍କା ହେରଫେର ସମ୍ପର୍କିତ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ବେଳେ ସେମାନଙ୍କ ବିରୋଧରେ କିଛି ତଥ୍ୟ ମିଳିଛି । ଯାହାକୁ ନେଇ ଇଡ଼ି ଠକେଇ ସମ୍ପର୍କିତ ଅଧିକ ତଥ୍ୟ ହାତେଇବା ଲାଗି ତଦନ୍ତ ଜାରି ରଖିଛି ।

ଘଟଣାର ଅଧିକ ଖୋଳତାଡ ନେଇ ସନ୍ଦିପଙ୍କୁ ସମନ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଦୀର୍ଘ ଦିନ ହେବ ଇଡ଼ି ଓଡ଼ିଶା ଅଲମ୍ପିକ୍ ଆସୋସିଏନର ଜମି କେଳେଙ୍କାରୀ ସହ ଜଡିତ ଥିବା ଆର୍ଥିକ ଅନିୟମିତତା, ଆଶୀର୍ବାଦଙ୍କ ଗୁପ୍ତ ଧନ ସନ୍ଧାନଠାରୁ ଆରମ୍ଭ କରି ଆର୍ଥିକ କାରବାର ସମ୍ପର୍କରେ ଖୋଳତାଡ଼ କରୁଛି ।

ଅଲମ୍ପିକ୍ ଆସୋସିଏନରେ ଦୀର୍ଘ ୧୬ ବର୍ଷ ଧରି ସମ୍ପାଦକ ପଦବୀକୁ ମାଡ଼ି ବସିଥିବା ଆଶୀର୍ବାଦ ବେହେରା ତାଙ୍କ କାର୍ଯ୍ୟକାଳ ସମୟରେ ବହୁ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଏକର ଏକର ସରକାରୀ ଜମିକୁ ଅଲମ୍ପିକ୍ ଆସୋସିଏନ୍ ବେଆଇନ୍ ଭାବେ ଦଖଲ କରି ସେଥିରେ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲି କୋଟି କୋଟି ଟଙ୍କା ହଡ଼ପ କରିଥିଲେ ବୋଲି ତଦନ୍ତରେ ଜଣାପଡିଥିଲା ।


ସେୟାର କରନ୍ତୁ