ରାଜଧାନୀରେ ଝିପଝିପ ବର୍ଷା…ଅସମ୍ଭାଳ ଖରାତାତି ଓ ଗୁଳୁଗୁଳିରୁ ରିହାତି ପାଇଲେ ଲୋକେ…ଆସନ୍ତୁ ଜାଣିବା କେବେ ଆସୁଛି ମୌସୁମୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଗ୍ରାଷ୍ମପ୍ରବାହ ଯୋଗୁ ଗତ ୩ଦିନ ହେବ ରାଜଧାନୀ ଜଳୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଘଡ଼ଘଡ଼ି ସହ ଝିପଝିପ ବର୍ଷା ହୋଇଛି । ଯାହା ଅସମ୍ଭାଳ ଖରାତାତି ଓ ଗୁଳଗୁଳିରୁ ଭୁବନେଶ୍ୱରବାସୀଙ୍କୁ କିଛି ମାତ୍ରାରେ ମୁକ୍ତି ଦେଇଛି ।

ଆଜି ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ଖରାତାତି ଯୋଗୁ ଲୋକେ ବାହାରକୁ ବାହାରିବା କାଠିକର ପାଠ ହୋଇପଡିଥିଲା । ହେଲେ ପାଖାପାଖି ୪.୧୫ଟା ସମୟରେ ହଠାତ୍ ଅନ୍ଧାର ସାଙ୍ଗକୁ ଘଡ଼ଘଡ଼ି ଓ ବୁଜୁଳି ମାଡ଼ି ଆସିଥିଲା । କିଛି ସମୟ ପାଇଁ ଝିପଝିପ ବର୍ଷ ହୋଇଥିବା ଦେଖବାକୁ ମିଳିଛି । କିଛି ସ୍ଥାନରେ ଜୋରଦାର ବର୍ଷା ହୋଇଥିବା ଜଣାପଡିଛି । ଫଳରେ ବାୟୁମଣ୍ଡଳ ଥଣ୍ଡା ପଡିଯାଇଛି ।

ଗୋଟିଏ ପଟେ ଆହୁରି ୪ଦିନ ଯାଏ ଗ୍ରାଷ୍ମପ୍ରଭାବ ଲାଗି ରହିବାକୁ ଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଜୁନ୍ ୨୩ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ସକ୍ରିୟ ହେବ ବୋଲି ଜଣାପଡିଛି । ୨୫ରୁ ବର୍ଷା ଜୋରଦାର ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାର ମଧ୍ୟ ରାଜ୍ୟର ଅନ୍ୟ ୧୩ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ଗତ ୪ଦିନ ହେବ ଭୁବନେଶ୍ୱରରେ ତାପମାତ୍ରା ୪୦ଡିଗ୍ରୀରୁ ଉପରେ ଥିବା ଦେଖାଦେଇଛି ।


ସେୟାର କରନ୍ତୁ