ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ବ୍ୟବସାୟୀ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଗୁରୁବାର ସୋନୁପର ଜିଲ୍ଲା ପାଣ୍ଡକିମାଳ ଗାଁରେ ଚଢ଼ଉ କରି ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ଏଥିସହ ସମ୍ପୃକ୍ତ ବ୍ୟବସାୟୀକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ହେଲା, ହରିଶଚନ୍ଦ୍ର ସାହୁ (୬୫) । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହଛି ।

ସୂତ୍ରରୁ ପ୍ରକାଶ, ବ୍ୟବସାୟୀ ହରିଶଚନ୍ଦ୍ରଙ୍କ ଘରେ ଗଞ୍ଜେଇ କାରବାର ଚାଲିଥିବା ଏସ୍ଟିଏଫ୍ ବିଶେଷସୂତ୍ରରୁ ଖବର ପାଇଥିଲା । ଏସ୍ଟିଏଫର ଏକ ଟିମ୍ ହରିଶଚନ୍ଦ୍ରଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ଉ କରିଥିଲା । ଫଳରେ ଉପରୋକ୍ତ ପରିମାଣର ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ହରିୁଶଚନ୍ଦ୍ରକୁ ଗିରଫ କରିଥିଲା । ସେହିଭଳି କଳାହାଣ୍ଡି-କୋରାପୁଟରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ରାଜଧାନୀରେ ଚୋରା ଚାଲାଣ ହେଉଥିବା ବେଳେ କମିଶନରେଟ ପୁଲିସ ବ୍ୟବସାୟୀମାନଙ୍କୁ ଧରିବାରେ ବିଫଳ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ଦଲାଲମାନେ ଅତ୍ୟଧିକ ଲାଭ ହାସଲ କରୁଥିବା ଜଣାପଡିଛି ।


ସେୟାର କରନ୍ତୁ