କ୍ୟୁଏଟି ଜାଲରେ ୮ ଜୁଆଡି

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡରୁ କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି) ଅଚାନକ ଜୁଆ ଆଡ୍ଡାରେ ଚଢ଼ଉ କରି ୮ ଜୁଆଡ଼ିକୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବରମୁଣ୍ଡା ଗାଁର ଅଜୟ ବେହେରା, ଟାଙ୍ଗି ଚାନ୍ଦପୁରର ପୂର୍ଣ୍ଣଚନ୍ଦ୍ର ବେହେରା, ହିତେଶ କୁମାର ବାରିକ, ବିଜୟ କୁମାର ମହାନ୍ତି, ବରମୁଣ୍ଡା ଗାଁର ଦିଲ୍ଲୀପ ରାଉତରାୟ, ବରମୁଣ୍ଡା ରୁଚିକାର ପ୍ରଦୀପ୍ତ କୁମାର ପରିଡା, ସଦରପୁରର ଇସରାଲ ମହମ୍ମଦ ଏବଂ କଟକ ଚାଉଳିଆଗଞ୍ଜର ଦେବକାନ୍ତ ରାଉତ(୩୩) । ସେମାନଙ୍କଠାରୁ ପୁଲିସ ୪୬ ହଜାର ଟଙ୍କା, ୧୦ଟି ମୋବାଇଲ ଫୋନ, ୩ଟି ବାଇକ ଓ ୨ଟା କାଲ୍କୁଲେଟର ଜବତ କରିଛି । ଗିରଫ ଜୁଆଡିମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କା ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ମାର୍କେଟ ନିକଟରେ ଜୁଆ ଖେଳ ଚାଲିଥିବା ଖବର ପାଇଥିଲେ । ଜୁଆଡ଼ିଙ୍କୁ ଧରିବା ଲାଗି ଏକ ଟିମ ବରମୁଣ୍ଡା ବସଷ୍ଟାଣ୍ଡରେ ଅଚାନକ ଚଢ଼ଉ କରିଥିଲେ । ଘଟଣାସ୍ଥଳରୁ ୮ ଜୁଆଡିଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ଘଟଣାସ୍ଥଳରୁ ଅନ୍ୟ ୫ଜଣ ଜୁଆଡ଼ି ଖସିପଳାଇଥିବା ପୁଲିସ କହିଛି । ବିଗତ ଦିନରେ ଖାଲି ଖଣ୍ଡଗିରି ଥାନା ଅଚଂଳରେ ନୁହେଁ ବରଂ କ୍ୟାପିଟାଲ, ଖାରବେଳନଗର, ନୟାପଲ୍ଲୀ, ସହିଦନଗର ଥାନା ଅଚଂଳରେ କ୍ୟୁଏଟି ଚଢ଼ଉ କରି ଅନେକ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଛି ।


ସେୟାର କରନ୍ତୁ