୪.୬୮ଲକ୍ଷ୍ୟ ଟଙ୍କାର ଜାଲ ନୋଟ ଠାବ, ଏଜେଣ୍ଟ ଗିରଫ

ରାଜ୍ୟ
ସେୟାର କରନ୍ତୁ

(ରିପୋର୍ଟ-ରଶ୍ମୀତା ନାମଦେବ)

ଭୁବନେଶ୍ୱର: ଟିଟିଲାଗଡ଼ ରେଳବାଇ ପୁଲିସ (ଜିଆରପି) ବୁଧବାର ହାଟିଆ-ଯଶବନ୍ତପୁର ଏକ୍ସପ୍ରେସ ଟ୍ରେନରୁ ୪.୬୮ ଲକ୍ଷ୍ୟ ଟଙ୍କାର ଜାଲ ନୋଟ ଠାବ କରିଛି । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ । ଯାହା ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଯାଉଥିବା ଜଣେ ଏଜେଣ୍ଟକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣଙ୍କ ହେଲେ ରାମଚନ୍ଦ୍ର ଭୋଇ, ଘର ବରଗଡ଼ ଜିଲ୍ଲା ଭାଟ୍ଲିରେ ।

ଯାଞ୍ଚ ବେଳେ ଅଭିଯୁକ୍ତ ବ୍ୟାଗରୁ ୫୦, ୧୦୦, ୨୦୦ ଏବଂ ୨ହଜାର ଟଙ୍କିଆ ବିଡ଼ା ବିଡ଼ା ଜାଲ ନୋଟ ଠାବ କରାଯାଇଥିବା ପୁଲିସ ସୂଚନା ଦେଇଛି । ତେବେ ଅଭିଯୁକ୍ତ ଏଜେଣ୍ଟ ଜଣଙ୍କ ଏତେ ଜାଲ ନୋଟ କେଉଁଠିକୁ ଚାଲାଣ କରୁଥିଲେ? ଏତେ ନୋଟ ତାଙ୍କୁ ଦେଲା କିଏ? ଜାଲ ନୋଟ କାରବାରର ମାଷ୍ଟରମାଇଣ୍ଡ କିଏ? ଏସବୁ ଦିଗରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ତେବେ ପଡ଼ୋଶୀ ଦେଶ ସୀମା ଦେଇ ଭାରତକୁ ଆସୁଥିବା ପୁଲିସ କହିଛି । ଖାଲି ଏତିକି ନୁହେଁ ପଶ୍ଚିମବଙ୍ଗର ମାଲଦା ଅଚଂଳ ଜାଲ ନୋଟ କାରବାରର ପେଣ୍ଠସ୍ଥଳୀ ବୋଲି ସୂଚନା ମିଳିଛି ।

ସବୁଠାରୁ ବଡ଼ କଥା ହେଉଛି, ଅଭିଯୁକ୍ତ ରାମଚନ୍ଦ୍ର ଟ୍ରେନରେ ଯାଉଥିବା ଜଣେ ସିଆରପିଏଫ ଯବାନଙ୍କ ସହ ଝଗଡ଼ା କରିବା ପରେ ହିଁ ସଙ୍କଟରେ ପଡ଼ିଥିଲେ । କୌଣସି କାରଣକୁ ନେଇ ଟ୍ରେନରେ ରାମଚନ୍ଦ୍ର ଓ ଯବାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅଭିଯୁକ୍ତର ହାବଭାବରୁ ସନ୍ଦେହ କରି ଯବାନ ଜଣଙ୍କ ତାଙ୍କୁ ନାନାପ୍ରକାରର ପ୍ରଶ୍ନ କରିଥିଲେ । ପରେ ଅଭିଯୁକ୍ତର ବ୍ୟାଗକୁ ଯାଞ୍ଚ କରିବା ପାଇଁ କହିଥିଲେ । ହେଲେ ସେ ରାଜି ନହେବାରୁ ଯବାନ ଜଣଙ୍କ ବାଧ୍ୟ କରିଥିଲେ । ଏଥିରେ ହଡ଼ବଡ଼ି ହୋଇ ଅଭିଯୁକ୍ତ ଜଣଙ୍କ ବ୍ୟାଗରୁ ଏକ ଛୁରୀ ବାହାର କରି ଯବାନ ଜଣଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ ।

ଯବାନ ଜଣଙ୍କ ଗୁରୁତର ଆହତ ହୋଇଥିଲେ ସତ ହେଲେ ସାହାସ ଯୁଟାଇ ଅଭିଯୁକ୍ତଙ୍କୁ ଅକେଇବା ସହ ପୁଲିସକୁ ଡ଼ାକିଥିଲେ । ଡ୍ୟୁଟିରେ ଥିବା ଜିଆରପି ପୁଲିସ ଘଟଣାସ୍ଥଳରେ ପହଚିଂ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟାଗ ଜବତ କରିଥିଲା । ଯାଞ୍ଚ ବେଳେ ବ୍ୟାଗରୁ ୪.୬୮ଲକ୍ଷ୍ୟ ଟଙ୍କାର ଜାଲ ନୋଟ ଜବତ କରିଥିଲା ।


ସେୟାର କରନ୍ତୁ