ଆମ ବୃକ୍ଷଲତା…ଜୁଆଣି ଗଛର ଔଷଧିୟ ଗୁଣ କ’ଣ ରହିଛି ଜାଣନ୍ତୁ

ଦେଶବିଦେଶ
ସେୟାର କରନ୍ତୁ

(ରିପୋର୍ଟ-କିନି ମହାପାତ୍ର)

ଭୁବନେଶ୍ୱର: ଜୁଆଣି ଗଛର ଉତ୍ପତ୍ତି ଭାରତରୁ ହିଁ ହୋଇଥିଲା । ଏହି ଔଷଧିୟ ଗୁଳ୍ମ ପ୍ରାୟ ସବୁ ସ୍ଥାନରେ ଚାଷ କରିହେବ । ଏହାର ପତ୍ର ଓ ମଞ୍ଜିରେ ବହୁ ଔଷଧିୟ ଗୁଣ ରହିଛି । ଏହାର ମଞ୍ଜି ରୋଷେଇ ଘରେ ମଧ୍ୟ ବ୍ୟବହୃତ ହୁଏ । ଏହାର ପତ୍ରରେ ସୁଆଦିଆ ପକୁଡ଼ି ତିଆରି କରାଯାଏ । ଇଏତ ଗଲା ରୋଷେଇ ଘରରେ ଜୁଆଣି ଗଛର ଆବଶ୍ୟକତା । ଏବେ ଚାଲନ୍ତୁ ଏହାର ଔଷଧିୟ ଗୁଣ ବିଷୟରେ ଜାଣିବା ।

୧) ପେଟର ଅଜୀର୍ଣ୍ଣ ଦୋଷ ଦୂର କରିବା ପାଇଁ ଏହି ଗଛର ପତ୍ର ଓ ମଞ୍ଜି ଆବଶ୍ୟକ ହୂଏ ।
୨) ବାୟୁ ଦୋଷ, ଅମ୍ଳ, ଡ଼ାଇରିଆ ଓ ପେଟର ଯନ୍ତ୍ରଣା ପାଇଁ ଏହି ଗଛର ପତ୍ରକୁ ଫୁଟାଇ ଚା’ ପରି ସେବନ କରି ପାରିବେ । ଏଥିରେ ୩-୪ ଠୋପା ମହୁ ବ୍ୟବହାର କରିବେ ।
୩) ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ ।
୪) ଏହାର ପତ୍ର ଏକ ଆଣ୍ଟି-ଅକ୍ସିଡ଼ାଣ୍ଟ ପରି କାମ କରେ । ଶରୀର ସମସ୍ତ ପ୍ରକାରର ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ ।
୫) ଏହାର ପତ୍ରରେ ଥାଇମଲ୍ ପରି ଏକ ରାସାୟନିକ ପଦାର୍ଥ ଅଛି ଯେ କି ମଶାମାନଙ୍କୁ ଘରକୁ ଆସିବାକୁ ଦିଏ ନାହିଁ ।
ତେଣୁ ଏହି ଗଛକୁ ସମସ୍ତେ ଲଗାନ୍ତୁ ଓ ଏହାର ଔଷଧିୟ ଗୁଣର ଲାଭ ଉଠାନ୍ତୁ ।


ସେୟାର କରନ୍ତୁ