ତ୍ରିକୋଣିଆ ପ୍ରେମରୁ କରୁଣ ପରିଣତି, ଯୁବକଙ୍କୁ ତଣ୍ଟିଚିପି ହତ୍ୟା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ତ୍ରିକୋଣିଆ ପ୍ରେମର କରୁଣ ପରିଣତି ଜଣେ ପ୍ରେମିକକୁ ଭୋଗିବାକୁ ପଡ଼ିଛି । ୯ବର୍ଷରୁ ଅଧିକ ଦିନ ଧରି ଭଲ ପାଉଥିବା ପ୍ରେମିକା ଜଣଙ୍କ ଦ୍ୱିତୀୟ ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକର ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି । ଘଟଣାଟି ଘଟିଛି ଲକ୍ଷ୍ମୀସାଗର ସ୍ଥିତ ବୁଦ୍ଧନଗର ଅଚଂଳରେ । ଯାହା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ମତୃ ପ୍ରଥମ ପ୍ରେମିକ ଜଣଙ୍କ ହେଲେ ବୈଜୟନ୍ତ ପ୍ରସାଦ ମହାନ୍ତି (୩୧), ଘର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଚଂଳରେ । ସେ ପେଶାରେ ଜଣେ ମେରାଇନ ଇଞ୍ଜିନିୟର ବୋଲି ପୁଲିସ ଜଣାଇଛି ।

ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ବୁଦ୍ଧନଗର ଅଚଂଳର ପ୍ଲଟ ନମ୍ବର-୮୨ରୁ ମୃତଦେହ ଜବତ କରି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁରର ସୁଶ୍ରୀ ସସ୍ମିତା ମହାନ୍ତି (୨୯) ଓ ପୁରୀ ବୀର ରାମଚନ୍ଦ୍ରପୁରର କୁମାର ଚନ୍ଦନ ପତି (୨୫) । ହତ୍ୟାକରୀ ଯୁବତୀ ଓ ଦ୍ୱିତୀୟ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପଟରେ ପ୍ରାଥମିକ ତଦନ୍ତରୁ ଶ୍ୱାସରୁଦ୍ଧ ଯୋଗୁ ବୈଜୟନ୍ତର ମୃତ୍ୟୁ ହୋଇଥିବା ପୁଲିସ କହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।

ପୁଲିସ ସୂଚନାମୁତାବକ, ଜଗତସିଂହପୁର ରଘୁନାଥପୁରର ବୈଜୟନ୍ତ ସେହି ଅଚଂଳର ସମ୍ପର୍କୀୟ ଭଉଣୀ ସୁଶ୍ରୀ ସସ୍ମିତାକୁ ୯ବର୍ଷ ଧରି ଭଲ ପାଇ ଆସୁଥିଲେ । ହେଲେ କୌଣସି ଏକ କାରଣରୁ ଉଭୟଙ୍କ ମଧ୍ୟରେ ଗତ ଏକ ବର୍ଷ ହେବ ବ୍ରେକ୍ଅପ୍ ହୋଇଥିଲା । ଏହା ପରେ ବୈଜୟନ୍ତ ମୁମ୍ବାଇରେ ମେରାଇନ୍ ଇଞ୍ଜିନିୟରିଂ କାମ କରିବା ପାଇଁ ଚାଲି ଯାଇଥିଲେ ।

ଇତିମଧ୍ୟରେ ସୁଶ୍ରୀ କାମ ଖୋଜିବା ପାଇଁ ରାଜଧାନୀ ଚାଲି ଆସିଥିଲେ । ଲକ୍ଷ୍ମୀସାଗରରେ ଚାଲିଥିବା ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମରେ ସୁଶ୍ରୀଙ୍କ ସହ ପୁରୀର କୁମାର ଚନ୍ଦନଙ୍କ ଦେଖାସାକ୍ଷାତ ହୋଇଥିଲେ । ସେଠାରୁ ଉଭୟଙ୍କ ଭିତରେ ନମ୍ବର ଦିଆନିଆ । ତା’ପରେ ଚାଟିଙ୍ଗ ଓ ଦିନରାତି କଥାବାର୍ତ୍ତା ଉଭୟଙ୍କ ସମ୍ପର୍କକୁ ନିବିଡ଼ କରି ଦେଇଥିଲା । ପରେ ଟଙ୍କା କମେଇବା ପାଇଁ ଦୁହେଁ ବୁଦ୍ଧନଗର ଅଚଂଳରେ ଆରମ୍ଭ କରିଥିଲେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା । ଯାହାର ନାଁ ଥିଲେ ବିଲିୟନ ଡ୍ରିମ ଏଣ୍ଟେରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ୍ । ଦୁହେଁ ଖୁସିରେ ମଧ୍ୟ ଜୀବନ କାଟୁଥିଲେ ।

କିନ୍ତୁ ପୁଣି ଥରେ ନିଜ ପ୍ରେମିକାକୁ ପାଇବା ପାଇଁ ଦୁଇ ମାସ ତଳେ ଓଡ଼ିଶା ଆସିଥିଲେ ପ୍ରଥମ ପ୍ରେମିକ ବୈଜୟନ୍ତ । ସୁଶ୍ରୀ କାମ କରୁଥିବା ସଂସ୍ଥା କାର୍ଯ୍ୟଳୟରେ ଆସି ପହଚିଂଥିଲେ । ଏବଂ ସୁଶ୍ରୀଙ୍କୁ ପାଇବା ପାଇଁ ଜିଦ ଧରି ବସିଥିଲେ । ହେଲେ ବ୍ରେକ୍ଅପ୍ ପରେ ପୁରୁଣା ପ୍ରେମିକକୁ ପୁଣି ଥରେ ପାଇବାକୁ ଚାହୁଁନଥିଲେ ସୁଶ୍ରୀ । ତେଣୁ ବୈଜୟନ୍ତକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପରିଥିଲେ ସୁଶ୍ରୀ ଓ କୁମାର ଚନ୍ଦନ । ଯୋଜନା ମୁତାବକ ଗତକାଲି ରାତିରେ ବୈଜୟନ୍ତକୁ ସୁଶ୍ରୀ ସଂସ୍ଥା କାର୍ଯ୍ୟାଳୟକୁ ଡାକିଥିଲେ । ବୈଜୟନ୍ତ ପହଚିଂବା ମାତ୍ରେ ସେଠାରେ ପୁର୍ବରୁ ଲୁଚି ରହିଥିବା କୁମାର ଚନ୍ଦନ ଗାମୁଛାରେ ତାଙ୍କ ତଣ୍ଟିକୁ ଚିପି ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ହତ୍ୟା କରିବା ପରେ ସୁଶ୍ରୀ ପୁଲିସ ପାଖରେ ଗତକାଲି ଆତ୍ମସମର୍ପଣ କରିଥିଲେ । ପରେ ପୁଲିସ କୁମାରକୁ ଗିରଫ କରିଥିଲା ।


ସେୟାର କରନ୍ତୁ