ମାନିଲେନି ଫସିଲେ, ପୁଣି ୪ମିନିଟର ଭିଡ଼ିଓ ଭାଇରାଲ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଭାଇରାଲ ଭିଡ଼ିଓ ନେଇ ପ୍ରେମିଯୁଗଳଙ୍କୁ ପୁଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଗଲା । ଖାଲି ଏତିକି ନୁହେଁ ଯଦି କୌଣସି ବ୍ୟକ୍ତି ଏଥିରେ ସଂପୃକ୍ତ ରୁହନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଚେତେଇ ଦିଆଗଲା । ହେଲେ ଏତେ ସବୁ ହେବା ପରେ ମଧ୍ୟ ପୁଲିସର ସତର୍କବାଣୀକୁ ପ୍ରେମିଯୁଗଳ ନମାନିବା ଏବେ ସେମାନଙ୍କ ପାଇଁ ସଙ୍କଟ ଆଣି ଦେଇଛି । ପୁଲିସ କଥାକୁ ଖାତିର ନକରି ଫସିଛନ୍ତି ଜଣେ ଯୁବତୀ । କାରଣ ଯୁବତୀ ଜଣଙ୍କର ଅଂତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିବା ଦେଖାଯାଇଛି ।

୪ମିନିଟର ଏହି ଭାଇରାଲ ଭିଡ଼ିଓ ଏବେ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି । ଏଥିସହ ପ୍ରେମିଯୁଗଳ ଓଡ଼ିଆରେ କଥାବାର୍ତ୍ତା ହେଉଥିବା ମଧ୍ୟ ଜଣାପଡିଛି । ତେବେ ସଂପୃକ୍ତ ଯୁବତୀଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡିଛି । ସବୁଠୁ ବଡ଼ କଥା ହେଉଛି, ପୁଲିସ ଏତେ ସତର୍କତା ଜାରି କରିବା ସତ୍ତେ୍ୱ ଯୁବତୀ ଜଣଙ୍କ ଅତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୁଟିଂ ହେଉଥିବା ଜାଣି ପାରିଲେନି କେମିତି । ହେଲେ ଉକ୍ତ ଭିଡ଼ିଓରେ କିଛି ଭିନ୍ନ ଦେଖିବାକୁ ମିଳିଛି । ପ୍ରେମିକ ଜଣଙ୍କ ଭିଡ଼ିଓ ସୁଟିଂ କରିବା ସମୟରେ ଯୁବତୀ ଜଣକ ଏହାକୁ ବିରୋଧ କରିନଥିବା ଦେଖିବାକୁ ମିଳିଛି । ଉକ୍ତ ଘଟଣାରେ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡିଛି । ସଂପୃକ୍ତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି ।


ସେୟାର କରନ୍ତୁ