ଏମସ୍ ରୁ ଓଡ଼ିଶା ଫେରିଲେ ହାସ୍ୟ ଅଭିନେତା ପପୁ ପମପମ… ‘ରାଜ୍ୟବାସୀଙ୍କ ଭଲ ପାଇବା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ମତେ ସୁସ୍ଥ କରିଛି’

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଦୁଇ ମାସ ଦିଲ୍ଲୀ ଏମସ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଓଲିଉଡ଼ ହାସ୍ୟ ଅଭିନେତା ପପୁ ପମପମ ସୋମବାର ରାତିରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ଏହି ଖବର ପାଇବା ମାତ୍ରେ ରାଜ୍ୟବାସୀ ତଥା ସିନେମା ଜଗତରେ ଖୁସୀର ଲହରୀ ଖେଳିଯାଇଛି । ଖାଲି ଏତିକି ନୁହେଁ ସେ ସୁସ୍ଥ ହୋଇ ଓଡ଼ିଶା ଫେରିଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ଅପଲୋଡ଼ ହୋଇଛି । ତାଙ୍କ ସ୍ୱାସ୍ଥ୍ୟର ଉନ୍ନତ୍ତି ନେଇ ସମସ୍ତେ ସୁଭେଛା ଜଣାଇଛନ୍ତି ।

ଭିଡ଼ିଓରେ ଖୋଦ୍ ପପୁ ପମପମ ରାଜ୍ୟବାସୀଙ୍କୁ ଧନ୍ୟବାଦ୍ ଜଣାଇବା ସହ ସେମାନଙ୍କ ଭଲ ପାଇବା ଓ ଶ୍ରଦ୍ଧା ଯୋଗୁ ସେ ନୁଆ ଜୀବନ ଫେରି ପାଇଥିବା କହିଛନ୍ତି । ଏଥିସହ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ସେ ସୁସ୍ଥ ହୋଇଯାଇଥିବା କହିଛନ୍ତି ।

ଚାଲନ୍ତୁ ଜାଣିବା କ’ଣ କହିଛନ୍ତି ପପୁ ପମପମ- “ନମସକାର । ମୁଁ ପପୁ ପମପମ । ଭାରି ଅସୁସ୍ଥ ଥିଲି । ଦିଲ୍ଲୀ ଏମସ୍ ରେ ଚିକିତ୍ସିତ ଥିଲି । ଦୀର୍ଘ ଦୁଇ ମାସ ଏମସ୍ ରେ ଚିକିତ୍ସିତ ହେବା ପରେ ଗତକାଲି ଓଡ଼ିଶାରେ ପହଚିଂଛି । ଲୋକମାନଙ୍କ ଶ୍ରଦ୍ଧା, ଭଲ ପାଇବା, ଭଗବାନଙ୍କ ନିକଟରେ ପ୍ରାଥନା ତାଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିଥିବା ସେ କହିଛନ୍ତି ।”

“ଏହାବାଦ ଛଳଛଳ ଆଖିରେ ସେ କହିଛନ୍ତି, ଡାକ୍ତରମାନେ କହୁଥିଲେ ବହୁ ଅସୁବିଧାରେ ଅଛି ଦେହ । ସୁସ୍ଥ ହେବା ସମ୍ଭବ ନୁହେଁ । ଯାହା କିଛି ସମ୍ଭବ ହୋଇଛି ଖାଲି ଲୋକଙ୍କ ଭଲ ପାଇବା ଓ ଶ୍ରଦ୍ଧା ପାଇଁ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ମୁଁ ଆଜି ସୁସ୍ଥ ଜୀବନ ଫେରି ପାଇଛି ।”

ମେ’ ୧୫ ତାରିଖରେ ପାନକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ହୋଇ ପପୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ଉନ୍ନତଧରଣର ଚିକିତ୍ସା ଲାଗି ତାଙ୍କୁ ଦିଲ୍ଲାର ଏମସ୍ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା । ସମ୍ପୁର୍ଣ୍ଣ ଭାବେ ସୁସ୍ଥ ହୋଇ ପୁଣି ଥରେ ପପୁ ସିନେମା ଜଗତକୁ ଓହ୍ଲାଇବା ପାଇଁ ତାଙ୍କ ଫ୍ୟାନ ଚାହିଁବସିଛନ୍ତି ।

ହାସ୍ୟ ଅଭିନେତା ପପୁ ପମପମ ଗୁରୁତର, ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଗଲେ


ସେୟାର କରନ୍ତୁ