ପାହାଡ଼ରୁ ସେଲଫି ନେବା ମହଙ୍ଗା ପଡ଼ିଲା, ଉଦୟଗିରି ପାହାଡରୁ ଖସି ବ୍ୟକ୍ତି ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆଜିକାଲିର ଯୁବପିଢି ସେଲଫି ମାନିଆ ହୋଇ ବହୁ ସମୟରେ ସେମାନେ ନିଜ ଜୀବନକୁ ବିପଦରେ ପକାଇଥିବା ନିକଟ ଦିନଗୁଡ଼ିକରେ ଅନେକ ଉଦାହରଣ ଦେଖିବାକୁ ମିଳିଛି । ହେଲେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ରାଜଧାନୀରେ ଥିବା ଏକ ପର୍ଯ୍ୟଟନସ୍ଥଳ ବୁଲିବାକୁ ଆସିଥିବା ବେଳେ ସେ ପାହାଡ଼ରୁ ସେଲଫି ନେଇ ଗୁରୁତର ହୋଇଛନ୍ତି । ଏହିଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଅଚଂଳରେ ଥିବା ଉଦୟଗିରି ପାହାଡ ଉପରେ ।
ବୁଧବାର ସନ୍ଧ୍ୟା ସମୟରେ ଉଦୟଗିରି ପାହାଡରେ ପର୍ଯ୍ୟଟକଙ୍କ ଭିଡ ଜିମିଥିଲା । ସେହି ସମୟରେ ଜଣେ ବ୍ୟକ୍ତି ଉଦୟଗିରି ପାହଡ଼କୁ ବୁଲିବାକୁ ଆସି ଅସୁରକ୍ଷିତ ଭାବେ ରାଣୀଗୁମ୍ପା ଉପର ଠିଆ ହୋଇ ସେଲଫି ନେଉଥିବା ବେଳେ ତଳକୁ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେଠାରେ କାର୍ଯ୍ୟରତ ଥିବା କିଛି କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲନ୍ସ ସହାୟତାରେ ତାଙ୍କୁ ହସ୍ପିଟାଲକୁ ପଠାଇଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ସେୟାର କରନ୍ତୁ