ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ ମିଳିଲା କୁଲିଂ ଜ୍ୟାକେଟ, ଚାଲନ୍ତୁ ଜାଣିବା ଏହି ଜ୍ୟାକେଟର ଖାସ ଗୁଣ ବିଷୟରେ…

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ଭିଷଣ ଖରାତାତିରେ ଡ୍ୟୁଟି କରୁଥିବା କମିଶନରେଟ ପୁଲିସର ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଏବେ ଖୁସି ଖବର । କାରଣ ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ କର୍ମଚାରୀଙ୍କୁ ଯୋଗାଇ ଦେଇଛନ୍ତି ଉନ୍ନତଧରଣର କୁଲିଂ ଜ୍ୟାକେଟ । ଏହି ଜ୍ୟାକେଟ ଖରା ଦିନେ ପିନ୍ଧିବା ମାତ୍ରେ ଟ୍ରାଫିକ୍ କର୍ମଚାରୀଙ୍କୁ ଖରାରୁ ଆଶ୍ୱସ୍ତି ପ୍ରଦାନ କରିବ । ଚାଲନ୍ତୁ ଜାଣିବା ଏହି ଜ୍ୟାକେଟରେ କ’ଣ ରହିଛି ଖାସ ଗୁଣ । ଏହି କୁଲିଂ ଜ୍ୟାକେଟ ପିନ୍ଧିବା ଦ୍ୱାରା ତାପମାତ୍ରା ୧୦ରୁ ୧୨ଡିଗ୍ରୀ ପର୍ଯ୍ୟନ୍ତ କମିଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି । ଯାହା ଟ୍ରାଫିକ୍ କର୍ମଚାରୀଙ୍କୁ ଅସହ୍ୟ ତାତିରୁ ରକ୍ଷା କରିବ ।
ଟ୍ୱିଇନ ସିଟି(କଟକ-ଭୁବନେଶ୍ୱର)ରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କମିଶନରେଟ ପୁଲିସ ଏକ ଟ୍ରାଫିକ ପୋଟାଲର ଶୁଭାରମ୍ଭ କରିଛି । ଯେଉଁଥିରେ ଟ୍ରାଫିକ ସମ୍ପର୍କୀତ ନିୟମାବଳୀ ଓ ସୂଚନା ବିଷୟରେ ଜଣେ ବ୍ୟକ୍ତି ଅବଗତ ହୋଇପାରିବେ ଓ ଅନ୍ୟଙ୍କୁ ସଚେତନ କରିପାରିବେ ।
ଖାଲି ଏତିକି ନୁହେଁ ଏହି ପୋଟାଲ ଜରିଆରେ ଲୋକମାନେ କଟକ ଓ ଭୁବନେଶ୍ୱରର ସମସ୍ତ ଟ୍ରାଫିକ ବ୍ୟବସ୍ଥାର ସବିଶେଷ ସୂଚନା ପାଇ ପାରିବେ । ଅଧିକାଂଶ ଲୋକେ ଟ୍ରାଫିକର ବିଭିନ୍ନ ନିୟମଗୁଡ଼ିକ ଉପରେ ଅବଗତ ନାହାଁନ୍ତି । ଏଥିସହ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଭିଡ଼ ଜମିବା ଦ୍ୱାରା ଜନସାଧାରଣଙ୍କ ଯିବାଆସିବାରେ ଅସୁବିଧା ଉପୁଜେ । ତେଣୁ ପୋଟାଲ ଲୋକଙ୍କୁ ସହଜ ରାସ୍ତା ଦିଗ ଉପରେ ସୂଚନା ଯୋଗାଇ ପାରିବ । ଏହା ଦ୍ୱାରା ଜଣେ ସହଜୟରେ ଘଟଣାସ୍ଥଳରେ ପହଚଂପାରିବେ । ଏହା ସହିତ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ଟ୍ରାଫିକ ପୁଲିସଙ୍କୁ ୧୬ଟି ସ୍ପିଡ ବାଇକ ଯୋଗାଇ ଦିଆଯାଇଛି ।

ସେୟାର କରନ୍ତୁ