ସମ୍ପତ୍ତି ଲୋଭରେ ଏକାଧିକ ବିବାହ, ମହିଳାଙ୍କ ପାଟି ଚୁପ କରିବାକୁ ସ୍ୱାମୀଙ୍କ ବନ୍ଧୁ କଲେ ବଳାତ୍କାର, ଜାଲିଆତି ସ୍ୱାମୀର କାରନାମା ଜାଣନ୍ତୁ…

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପ୍ରଥମେ ମିଛ ପ୍ରେମ ପରେ ଅନ୍ତରଙ୍ଗ ସମ୍ପର୍କ । ତା’ ପରେ ବିବାହ ଆଉ ପ୍ରତାରଣା । ଖାଲି ଏତିକି ନୁହେଁ ଏସବୁ କରିବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଲୁଚି ରହିଛି ଯାହା ଆପଣ ଜାଣିଲେ ଚକିତ ହୋଇଯିବେ । ରାଜଧାନୀର ଜୈନିକ ମହିଳାଙ୍କ ଜମିକୁ ହଡ଼ପ କରିବାକୁ ଏହିଭଳି ଏକ ଯୋଜନା କରିଥିଲେ ଜଣେ ଯୁବକ । ଏନେଇ ମହିଳା ଜଣଙ୍କ ଜାଣିବା ପରେ ଯୁବକଙ୍କ ବିଷୟରେ ବିଭିନ୍ନ ସ୍ଥାନରେ ପଚରାଉଚରା କରିବା ପରେ ସମ୍ପୁର୍ଣ୍ଣ ଘଟଣାର ସତ୍ୟତା ଜାଣିବାକୁ ପାଇଥିଲେ ।
ସବୁଠୁ ବଡ଼ କଥା ହେଉଛି କି, ଯୁବକ ଜଣଙ୍କ ପୂର୍ବରୁ ଏହିଭଳି ୪ ଜଣ ମହିଳାଙ୍କୁ ଠକି ସାରିଛନ୍ତି । କିନ୍ତୁ କେହି ଯୁବକଙ୍କ ଅସଲ ମୁଖାକୁ ଖୋଲିବାକୁ ସାହାସ କରିନଥିଲେ । ହେଲେ ଠକେଇର ଶୀକାର ହୋଇଥିବା ଉକ୍ତ ମହିଳା ଜଣଙ୍କ ସାହାସ ଜୁଟାଇ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ ଦାୟାର କରିଛନ୍ତି ।
ଅଭିଯୋଗ ମୁତାବକ, ଲକ୍ଷ୍ମୀସାଗର ବୁଦେ୍ଧଶ୍ୱରୀ କଲୋନୀ ଅଚଂଳରେ ରହୁଥିବା କବିତା ସ୍ୱାଇଁଙ୍କୁ ଆର.ଏନ ଦାସ ନାମକ ଯୁବକ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଚନ୍ଦକା ଅଚଂଳରେ ରହିଥିବା କବିତାଙ୍କ ୧୫ କୋଟି ଟଙ୍କାର ସମ୍ପତ୍ତିକୁ ଜାଲ କରି ନିଜ ନାମରେ କରାଇ ନେଇଛନ୍ତି । ଏନେଇ କବିତା ଅଭିଯୋଗ ଫର୍ଦରେ ଉଲ୍ଲେଖ କରିଛନ୍ତି ଯେ, ଜାମସେଦପୁର ଅଚଂଳରେ ପରିବାର ସହ ରହୁଥିବା ସମୟରେ ଆର.ଏନ.ଦାସ ଚଚଂକତା କରି ତାଙ୍କ ପରିବାର ସଦସ୍ୟଙ୍କ ମନ ଜିଣି ନେଇଥିଲେ । ହେଲେ ସେ ବିବାହ କରିନଥିବା କହିଥିଲେ ।
ପରେ କବିତାଙ୍କୁ ବିବାହ କରିବା ପରେ ସେ ଆଗରୁ ୪ଜଣଙ୍କୁ ବିବାହ କରିବା ସହ ପିଲାଛୁଆର ବାପା ହୋଇଛନ୍ତି ବୋଲି କବିତା ମାଟ୍ରିମୋନିଆଲ ସାଇଟରୁ ଜାଣିବାକୁ ପାଇଥିଲେ । ଜୋର ଜବରଦସ୍ତ ଅନ୍ୟ ପତ୍ନୀଙ୍କ ପିଲାଙ୍କୁ ଲାଳନପାଳନ କରିବାକୁ ସେ କବିତାଙ୍କୁ ବାଧ୍ୟ କରୁଥିଲେ । ଏହାପରେ କବିତା ଜାମସେଦପୁରରୁ ଭୁବନେଶ୍ୱର ଆସିଥିଲେ । ଏବଂ ଦାସଙ୍କୁ ଅନ୍ୟ ପତ୍ନୀଙ୍କ ସହ ଦେଖିବାକୁ ପାଇଥିଲେ ।
ଏନେଇ ଦାସଙ୍କୁ ପଚାରିବାରୁ ସେ ଅନ୍ୟ ଜଣେ ଯୁବକଙ୍କୁ ଡକାଇ କବିତାଙ୍କ ପାଟି ଚୁପ କରାଇବାକୁ ବଳାତ୍କାର କରିବାକୁ କହିଥିଲେ । ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ କବିତାଙ୍କ ସହ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବିବାହ ନାଁରେ ପ୍ରତାରଣା କରିବା ପରେ ମହିଳାମାନଙ୍କ ଧନସମ୍ପତ୍ତି ଆର.ଏନ ଦାସ ନିଜେ ହାତେଇ ନେଇଯାଉଥିଲେ ।
ଏନେଇ କବିତା ବିରୋଧ କରିବାରୁ ଅଭିଯୁକ୍ତ ଦ୍ୱୟ ଗାଳିଗୁଲଜ କରିବା ସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବା ସହ ଅନ୍ୟ ସମସ୍ତ ସମ୍ପତ୍ତି ବଳପୂର୍ବକ ନେଇଯିବାକୁ ଧମକଚମକ ଦେଇଥିଲେ । କବିତା ଅନ୍ୟ କିଛି ଉପାୟ ନପାଇ ଶେଷରେ ବଡ ଭାଇଙ୍କ ସହାୟତାରେ ସୋମବାର ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେୟାର କରନ୍ତୁ