ଅଭିଜିତ ଆୟାର ମିତ୍ର ଗିରଫ, ମିଳିଲା ସର୍ତମୂଳକ ଜାମିନ

ଅପରାଧ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଅଭିଜିତ ଆୟାର ମିତ୍ରଙ୍କୁ ନୂଆଦିଲ୍ଲୀର ନିଜାମ୍ମୁଦ୍ଦିନ ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଜିତ ଆୟାରଙ୍କୁ ଓଡ଼ିଶା ପୁଲିସ ନିଜାମ୍ମୁଦ୍ଦିନ ପୁଲିସ ସହୟତାରେ ଗିରଫ କରିଥିଲା ।ତାଙ୍କୁ ସାକେତ କୋର୍ଟରେ ହାଜର କରାଯାଇଥିବାବେଳେ ସର୍ତ୍ତମୂଳକ ଜାମିନ ମିଳିଛି ।

ସେ କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।ଓଡ଼ିଶାର ସଂସ୍କୃତି ଓ ଐତିହ ପ୍ରତି ଦେଇ ଥିଲେ କଟୁ ମନ୍ତବ୍ୟ ।ଓଡ଼ିଆମାନଙ୍କ ଭାବାବେଗକୁ ଆଘାତ ଦେଇଥିଲେ। ତାଙ୍କର କଟୁ ମନ୍ତବ୍ୟ ପାଇଁ ହୋଇଥିଲା ସବୁଆଡୁ ବିରୋଧ।

ମିଳିଥିବା ସୂଚନା ମୁତାବକ, ନୂଆଦିଲ୍ଲୀର ସାକେତ କୋର୍ଟ ଓଡ଼ିଶା ପୁଲିସର ଟ୍ରାଞ୍ଜିଟି ରିମାଣ୍ଡ ଖାରଜ କରି ଆୟରଙ୍କୁ 1ଲକ୍ଷ୍ୟ ଟଙ୍କା ବେଲ ବଣ୍ଡରେ ଜାମିନ ଦେଇଛନ୍ତି । ଆସନ୍ତା 28ତାରିଖ ଯାଏ ଜାମିନ ମିଳିଛି । 28 ପରେ କୋଣାର୍କ ଥାନାରେ ହଜାର ହେବାକୁ ନିର୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ଅଭିଜିତଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା । ତାଙ୍କ ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଗୃହୀତ ହୋଇଥିଲା । ବାଚସ୍ପତି ପ୍ରଦୀପ ଅମାତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ମଧ୍ୟ ଗଠନ କରିଛନ୍ତି । ଏହି କମିଟି ଅଭିଜିତଙ୍କ ଅଶାଳୀନ ମନ୍ତବ୍ୟକୁ ଅନୁଶୀଳନ କରି ଆସନ୍ତା ବିଧାନସଭାର ପ୍ରଥମ ଦିନ ଉପସ୍ଥାପନ କରିବ ।


ସେୟାର କରନ୍ତୁ