ପ୍ରିୟଙ୍କାଙ୍କ ସାଙ୍ଗିଆ ଗୁଗଲରେ ବଦଳିଲା! ଚୋପ୍ରା ବଦଳରେ ଆସୁଛି ସିଂହ

Truthink ସିନେମା
ସେୟାର କରନ୍ତୁ

ମୁମ୍ବାଇ :ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଶ୍ୱ ସ୍ତରରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ,ତାହା ଜଣାଇବାର କୌଣସି ଆବଶ୍ୟକତା ନାହିଁ ।କିଛି ତାଙ୍କ ବିଷୟରେ ଜାଣିବା ପାଇଁ ଗୁଗଲ ସର୍ଚ୍ଚ କରିଥାନ୍ତି ।କିନ୍ତୁ ଏବେ ଗୁଗଲରେ ଏକ ବଡ଼ ଭୁଲ ହୋଇ ଯାଇଥିବା ଦେଖାଯାଇଛି । ଗୁଗଲରେ ପ୍ରିୟଙ୍କା ଚୋପ୍ରା ସର୍ଚ୍ଚ କଲେ ପ୍ରିୟଙ୍କାଙ୍କ ସାଙ୍ଗିଆ ସିଂହ ଆସୁଛି । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନା ମୁତାବକ,ଗୁଗଲ ସର୍ଚ୍ଚର ଉଇକିପିଡିଆ ବକ୍ସରେ ପ୍ରିୟଙ୍କା ଚୋପ୍ରାଙ୍କ ସାଙ୍ଗିଆ ସିଂହ ଆସୁଛି । କିନ୍ତୁ ପେଜ୍ ଭିତରକୁ ଯିବା ପରେ ପ୍ରିୟଙ୍କାଙ୍କ ସାଙ୍ଗିଆ ଚୋପ୍ରା ଦେଖାଉଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।ତେବେ ଏହି ସମସ୍ୟା କ’ଣ ପାଇଁ ଉପୁଜିଛି, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଏହା କିପରି ସମ୍ଭବ ଏବଂ ଏହା ପଛର କାରଣ କ’ଣ ସେ ନେଇ ଜାଣିବା ପାଇଁ ଲୋକେ ଅନାଇ ବସିଛନ୍ତି ।


ସେୟାର କରନ୍ତୁ