ଓଡ଼ିଶା କଂଗ୍ରେସ ମତ ଲୋଡ଼ିବ ଇସ୍ତାହାର ପାଇଁ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର:ଦେଶରେ ଗତକାଲି 5ଟି ରାଜ୍ୟର ନିର୍ବାଚନ ଫଳାଫଳର ସଫଳତାକୁ ନେଇ ଓଡ଼ିଶା କଂଗ୍ରେସ ମଧ୍ୟ ଏଠାରେ ନିଜ ସ୍ଥିତିକୁ ସୁଦୃଢ କରିବାକୁ ଚେଷ୍ଟା କରୁଛି । ଦଳ
2019 ନିର୍ବାଚନ ପାଇଁ ଋଣନୀତି ଆରମ୍ଭ କରିଦେଇଛି । ଦଳୀୟ ପ୍ରାର୍ଥୀଙ୍କୁ ଜନସାଧାରଣ କିପରି ଗ୍ରହଣ କରିବେ ସେ ନେଇ ଦଳୀୟ ମୁଖିଆ ଓ କର୍ମୀଙ୍କ ମଧ୍ୟରେ ଆଲୋଚନା ଓ ବିଚାର ବିମର୍ଷ ଜାରି ରହିଛି। କଂଗ୍ରେସ ଇସ୍ତାହାର ପାଇଁ ଲୋକମାନଙ୍କର ମତ ଲୋଡ଼ିବାକୁ ନିଷ୍ପତି ନେଇଛି ।
ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି ଯେ ସାଧାରଣ ଲୋକଙ୍କ ଠାରୁ ପ୍ରତ୍ୟକ୍ଷ ଭାବେ ଏବଂ ୱେବସାଇଟ୍ ମାଧ୍ୟମରେ ଇସ୍ତାହାର ପାଇଁ ମତ ନିଆଯିବ ।ବୁଧବାର କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ଇସ୍ତାହାର କମିଟି ବୈଠକ ବସିଥିଲା। ଇସ୍ତାହାର ପାଇଁ ବିଷୟ ବିଶାରଦ ମାନଙ୍କ ସହ ଆଲୋଚନା ହେବ । ଇସ୍ତାହାରରେ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତିଙ୍କୁ ଗୁରୁତ୍ୱ ଦିଆଯିବ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ବେହେରା ସୂଚନା ଦେଇଛନ୍ତି।


ସେୟାର କରନ୍ତୁ