ନିଜ ପ୍ରେମ ଜୀବନ ଓ ବିବାହକୁ ନେଇ ତାପ୍‌ସୀ ଯେଉଁ ଖୁଲାସା କରିଛନ୍ତି, ତାହା ସମସ୍ତଙ୍କୁ ଚମକାଇଛି

ସିନେମା
ସେୟାର କରନ୍ତୁ

ମୁମ୍ବାଇ :ସାଉଥ୍‌ ଇଣ୍ଡଷ୍ଟ୍ରୀରୁ ଆସି ବଲିଉଡ୍‌ରେ ନିଜର ଭିନ୍ନ ଅଭିନୟର ଦକ୍ଷତା ପାଇଁ ଆଜି ବଲିଉଡ୍‌ରେ ରାଜ୍‌ କରିବା ଆରମ୍ଭ କରିଛନ୍ତି ଅଭିନେତ୍ରୀ ତାପ୍‌ସୀ ପନ୍ନୁ ।ଏବେ ବଲିଉଡ୍‌ରେ ତାଙ୍କ ପେସାଦାର ଜୀବନ ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ପ୍ରେମ ଜୀବନ ଓ ବିବାହକୁ ନେଇ ତାପ୍‌ସୀ ଯେଉଁ ଖୁଲାସା କରିଛନ୍ତି, ତାହା ସମସ୍ତଙ୍କୁ ଚମକାଇଛି ।
ସୂଚନା ଅନୁଯାୟୀ : ପିଙ୍କ୍‌ଭିଲାର ସୋ’ ‘ନୋ ମୋର୍‌ ସିକ୍ରେଟ୍‌’ରେ ତାପ୍‌ସୀ ଓ ତାଙ୍କ ଭଉଣୀ ସଗୁନ୍‌ ପହଞ୍ଚିଥିଲେ ।ତାଙ୍କ ଭଉଣୀ ସଗୁନ ପାଇଁ ତାପ୍‌ସୀ ତାଙ୍କ ମନର ମଣିଷକୁ ପାଇଥିବା ଜଣା ପଡ଼ିଥିଲା । ମନର ମଣିଷ କଥା ଉଠିବା ପରେ ତାପ୍‌ସୀ କହିଥିଲେ, ମୁଁ ମୋର ମନର ମଣିଷକୁ ଭେଟିବା ପୂର୍ବରୁ ଅନେକ ବେଙ୍ଗମାନଙ୍କୁ ଚୁମ୍ବନ ଦେଇଥିଲି ।
ବିବାହକୁ ନେଇ ପ୍ରଶ୍ନ କରାଯିବା ପରେ ତାପ୍‌ସୀ କହିଥିଲେ, ବିବାହ ମୋର ଗୋଟେ ଦିନରେ ସଂପର୍ଣ୍ଣ ହେବ ।ମୋତେ ଯେତେବେଳେ ସନ୍ତାନ ଦରକାର ହେବ, ମୁଁ ସେତେବେଳେ ବିବାହ କରିବି । ଏଇ ଭଳି କିଛି ରୋଚକ ତଥ୍ୟ ମଜାଳିଆ ଢଙ୍ଗରେ ଦେଇଥିଲେ ।


ସେୟାର କରନ୍ତୁ