ତେରି ମେରି କାହାନୀର ସମ୍ପୂର୍ଣ୍ଣ ଗୀତ ରିଲିଜ ହେବା ପରେ ଭ୍ୟୁଜ୍ ଏକ ଲକ୍ଷ ପାର୍ ହୋଇଛି

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ରାନୁ ମଣ୍ଡଳଙ୍କ ତେରି ମେରି କାହାନୀର ସମ୍ପୂର୍ଣ୍ଣ ଗୀତ ରିଲିଜ ହୋଇଛି।କିଛି ଘଣ୍ଟା ପୂର୍ବରୁ ରିଲିଜ ହୋଇଥିବା ରାନୁ ମଣ୍ଡଳଙ୍କ ତେରି ମେରି କାହାନୀ ସୋସିଆଲ ମିଡିଆରେ ସେନସେସନ ପାଲଟିଛି। ତେବେ ୟୁଟ୍ୟୁବରେ ଏହି ଗୀତ ରିଲିଜ ହେବା ପରେ ଭ୍ୟୁଜ୍ ଏକ ଲକ୍ଷ ପାର୍ ହୋଇଛି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ସହ ରାନୁ ମଣ୍ଡଳଙ୍କ ପ୍ରଥମ ଗୀତକୁ ଫ୍ୟାନ୍ସମାନଙ୍କ ନିକଟରେ ବେଶ୍ ଆଦୃତ ହୋଇଛି। ତେବେ ହିମେଶ ରେଶମିୟାଙ୍କ ଆଗାମୀ ଫିଲ୍ମ ହ୍ୟାପି ହାର୍ଡି ଆଣ୍ଡ ହୀର ଫିଲ୍ମର ଏହି ଗୀତ।

ରାନୁ ମଣ୍ଡଳ ଷ୍ଟେସନରେ ବୁଲି ବୁଲି ଗୀତ ଗାଇ ପେଟକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରୁଥିବା ସମୟରେ ଜଣେ ଯୁବକ ତାଙ୍କ ଗୀତ ରେକଡିଙ୍ଗ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାପରେ ରାନୁ ମଣ୍ଡଳସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ବଲିଉଡରେ ଡେବ୍ୟୁ କରିଥିଲେ।


ସେୟାର କରନ୍ତୁ