ପ୍ରଦେଶ କଂଗ୍ରେସ କମିଟି ପୁନଃଗଠନ ହେବ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି ଅଣ୍ଟା ଭିଡ଼ିଛି କଂଗ୍ରେସ ।2019 ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା କଂଗ୍ରେସ । ପ୍ରଦେଶ କଂଗ୍ରେସ କମିଟି ପୁନଃଗଠନ କରାଯିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପାଇଁ ଏଆଇସିସି ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି । କମିଟି ଯାହା କହିବ ସେହି ଅନୁଯାୟୀ କାମ ହେବ । ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଆଶାନୁରୂପ ଫଳ ପାଇ ପାରି ନଥିବାରୁ ଏବେ ଏହି ପଦକ୍ଷେପ ନିଆଯାଇଛି ।
ଗତ ନିର୍ବାଚନରେ ଦଳ ପାଇଁ କାମ କରିଥିବା ନେତାଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ ।ଚଳିତ ମାସ ଠାରୁ ପ୍ରଦେଶ କଂଗ୍ରେସ କମିଟି ଗଠନ କାମ ଆରମ୍ଭ କରାଯିବ । ଏଣିକି ଜୋନ ପ୍ରଦେଶ କଂଗ୍ରେସ କମିଟିରେ ଜୋନ କମିଟି ରହିବ ନାହିଁ ,କିନ୍ତୁ ପୂର୍ବଭଳି ବ୍ଲକ କମିଟି ରହିବ ।


ସେୟାର କରନ୍ତୁ