ଭୁବନେଶ୍ୱର:ନନ୍ଦନକାନନରେ କାୟା ବିସ୍ତାର କରୁଛି ହରପିସ୍ ଭାଇରସ । 25ଦିନରେ 4 ହାତୀ ମୃତ ହୋଇ ସାରିଲେଣି । ହରପିସ୍ ନାମକ ଏକ ଭାଇରସର ସଂକ୍ରମଣରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ହାତୀର ଜୀବନ । ଗତକାଲି ରାତ୍ର 9.51 ମିନିଟରେ ଗୌରୀ ନାମକ ହାତୀ ଛୁଆ ମୃତ୍ୟୁବରଣ କରିଛି । ଏହି ହାତୀକୁ ଆଠଗଡ ଫରେଷ୍ଟ ଡିଭିଜନରୁ ଉଦ୍ଧାର କରାଯାଇଥିଲା ।ଗୌରୀର ମୃତ୍ୟୁପରେ ହାତୀ ସଂଖ୍ୟା 8ରୁ 4କୁ ଖସି ଆସିଛି ।
ପୂର୍ବରୁ ଏହି ରୋଗରେ କୁଲି , ଚନ୍ଦନ, କମଳା ପ୍ରାଣ ହରାଇଥିଲେ ।ଏବେ ଗୌରୀ ନାମକ ହାତୀ ଛୁଆ ମୃତ୍ୟୁବରଣ କରିଛି । ଏହାସହ ଆଉ ଏକ ଦୁଇ ବର୍ଷର ହାତୀ ମାମା ପ୍ରତି ମଧ୍ୟ ବିପଦ ରହିଛି ।
ପିସିସିଏଫ ସୂଚନା ଅନୁଯାୟୀ ,ଏହି ରୋଗର ମୁକାବିଲା କରିବା ପାଇଁ ଆମେରିକା, କେରଳ ଓ ଆସାମର ବିଶେଷଜ୍ଞଙ୍କ ସହ କଥା ହୋଇଥିବା କହିଛନ୍ତି ।
