ନିରଞ୍ଜନଙ୍କ ସୂଚନା , ବିଜେପୁର ପାଇଁ 30ରେ ପ୍ରାର୍ଥିପତ୍ର ଦାଖଲ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା 30 ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିବେ।ଉପନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ଶେଷ ତାରିଖ ଦିନ କଂଗ୍ରେସ ତାର ପ୍ରାର୍ଥିପତ୍ର ଦାଖଲ କରିବ।ଏହି କାର୍ଯ୍ୟକ୍ରମକୁ ଆଡ଼ମ୍ବର ଭାବେ ନୁହେଁ , ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ କରାଯିବ। ଆଜି ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏହାସହିତ ଆହୁରି ମଧ୍ୟ ଶ୍ରୀ ପଟ୍ଟନାୟକ କହିଛନ୍ତି , ଯେଉଁ କଂଗ୍ରେସ ନେତା ଓ କର୍ମୀ 2019 ସାଧାରଣ ନିର୍ବାଚନରେ ଦଳ ବିରୋଧୀ ମତ ପୋଷଣ କରିଛନ୍ତି କିମ୍ବା ଦଳ ପାଇଁ କାମ କରିନାହାନ୍ତି ସେମାନଙ୍କୁ ଆଗାମୀ ଦିନରେ ପୁନର୍ଗଠିତ ହେବାକୁ ଥିବା ଦଳର ବ୍ଲକ ହେଉ ଅବା ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିରେ ସ୍ଥାନ ଦିଆଯିବନାହିଁ ।


ସେୟାର କରନ୍ତୁ