2024ରେ ବିଜେପି ଟିକେଟରେ ନିର୍ବାଚନ ଲଢିବେ ଶ୍ରୀଶାନ୍ତ

ଖେଳ
ସେୟାର କରନ୍ତୁ

ନୂଆଦିଲ୍ଲୀ :2024ରେ ବିଜେପି ଟିକେଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ଶ୍ରୀଶାନ୍ତ । ସେ ବିଜେପିରେ ସାମିଲ ହେବା ନେଇ ସଂକେତ ଦେଇଛନ୍ତି ।

ଆଇପିଏଲରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ସେ ସାତ ବର୍ଷର ବାସନ୍ଦ ଦଣ୍ଡ ଭୋଗୁଛନ୍ତି । ଆଇପିଏଲ ଫିକ୍ସିଂକୁ ନେଇ 2013 ସେପ୍ଟେମ୍ୱର 13 ତାରିଖରେ ବିସିସିଆଇର ଅନୁଶାସନ ପରିଚାଳନା କମିଟି ଶ୍ରୀଶାନ୍ତଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲାଗୁ କରିଥିଲେ ।

ବିସିସିଆଇ ଶ୍ରୀଶାନ୍ତ ଉପରେ ଲାଗୁ କରିଥିବା ପ୍ରତବିନ୍ଧକକୁ ହ୍ରାସ କରି ଗତ ମାସରେ ସାତ ବର୍ଷ କରିଥିଲା । ଆସନ୍ତା ଅଗଷ୍ଟ 2020ରେ ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଶେଷ ହେବ । ଶ୍ରୀଶାନ୍ତ ଇଣ୍ଡିଆନ ଏକ୍ସପ୍ରେସ ଖବର କାଗଜର ସାକ୍ଷାତରେ କହିଛନ୍ତି, 2024ରେ ବିଜେପି ଟିକେଟରେ ତିରୁଅନନ୍ତପୁରମ ସିଟରୁ ନିର୍ବାଚନ ଲଢି ସେ କଂଗ୍ରେସ ନେତା ଶଶି ଥରୁରଙ୍କୁ ପରାସ୍ତ କରିବେ ।

ଶ୍ରୀଶାନ୍ତ କହିଛନ୍ତି, ମୁଁ ଥରୁରଙ୍କ ବଡ ପ୍ରସଂଶକ । ସିଏ ଏମିତି ଜଣେ ବ୍ୟକ୍ତି ଯିଏ ମୋ ଖରାପ ସମୟରେ ମୋ ସହ ଠିଆ ହୋଇଥିଲେ, କିନ୍ତୁ ମୁଁ ତାଙ୍କୁ ତିରୁଅନନ୍ତପୁରମ ଲୋକସଭା ଆସନରୁ ପରାସ୍ତ କରିବି ।


ସେୟାର କରନ୍ତୁ