ଶିଳ୍ପାଙ୍କ ଆକର୍ଷଣୀୟ ଅନ୍ଦାଜକୁ ଦେଖି ଯୁବକ ନିଜର ଗାର୍ଲଫ୍ରେଣ୍ଡକୁ ଭୁଲିଗଲେ,ଭାଇରଲ ହେଲା ଭିଡ଼ିଓ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ବଲିଉଡ ଆକ୍ଟର ଶିଳ୍ପା ସେଟ୍ଟୀ ସୋସିଆଲ ମିଡ଼ିଆ ଉପରେ ଖୁବ ଆକ୍ଟିଭ ରହିଥାନ୍ତି । ସେ ବହୁ ସମୟରେ ନିଜର ଭିଡ଼ିଓ ସେୟାର କରିଥାନ୍ତି । ସେ ପୁଣି ଥରେ ନିଜର ଭିଡ଼ିଓ ସେୟାର କରିଛନ୍ତି ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଆଉ ସବୁଠି ମଜାଦାର କଥା ହେଲା ତାଙ୍କର ଭିଡ଼ିଓ ଆସୁ ଆସୁ ଇଣ୍ଚରନେଟ୍‌ରେ ଭାଇରାଲ୍‌ ହୋଇଯାଏ । ସେ ନିଜର ଅଫିସିୟାଲ୍‌ ଇନ୍‌ଷ୍ଟାଗ୍ରାମରେ ଏମିତି ଏକ ଭିଡ଼ିଓ ସେୟାର କରିଛନ୍ତି ଯାହାକୁ ପାଖାପାଖି ସାଢ଼େ 6 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଶିଳ୍ପା ସେଟ୍ଟୀ ଏବେ ଏକ ଭିଡ଼ିଓ ନିଜର ଅଫିସିୟାଲ୍‌ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ଖୁବ୍‌ ଜୋରରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ସେ ନିଜର ଆକର୍ଷଣୀୟ ଅନ୍ଦାଜରେ ଜଣେ ଯୁବକଙ୍କୁ ଫିଦା କରିଦେଇଛନ୍ତି । ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ ପଛେ ପଛେ ଯାଉଛନ୍ତି ତେବେ ଯେମିତି ଶିଳ୍ପାଙ୍କ ଉପରେ ତାଙ୍କର ନଜର ପଡ଼ିଛି ଯୁବକ ଜଣକ ଏମିତି ଶିଳ୍ପାଙ୍କ ଉପରେ ମୋହିତ ହୋଇଯାଇଛନ୍ତି ଯେ ସେ ନିଜ ଗର୍ଲଫ୍ରେଣ୍ଡଙ୍କୁ ଭୁଲି ଶିଳ୍ପାଙ୍କ ପଛରେ ଚାଲୁଛନ୍ତି । ସବୁ ଭିଡ଼ିଓ ପରି ଏହି ଭିଡ଼ିଓକୁ ମଧ୍ୟ ଫ୍ୟାନ୍‌ ମାନେ ବହୁ ସଂଖ୍ୟାରେ ପସନ୍ଦ କରିଛନ୍ତି ।

ଶିଳ୍ପା ସେଟ୍ଟୀ ନିଜର ଫିଟ୍‌ନେସ୍‌ ଏବଂ ଡ୍ୟାନ୍ସ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ସେୟାର କରନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର 14 ମିଲିୟନରୁ ଅଧିକ ଫଲୋଅର୍ଶ ଅଛନ୍ତି । ତାଙ୍କର କିଛି ବି ଭିଡ଼ିଓ ଆସିଲେ ଭାଇରଲ ହୋଇଯାଇଥାଏ ।


ସେୟାର କରନ୍ତୁ