ଦିଲ୍ଲୀର ଟ୍ରାଫିକ ଜାମରେ ଫସିଥିଲେ ଶାହାରୁଖ୍ କଣ କହିଲେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ :ବର୍ତ୍ତମାନ ସମୟରେ ବଡ଼ ବଡ଼ ସହରମାନଙ୍କରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଅଛି । ସେଭଳି ଏକ ଘଟଣା ଘଟିଛି ଶାହାରୁଖ୍ ଖାନଙ୍କ ସାଥିରେ ଦିଲ୍ଲୀ ସହରରେ । ଦିଲ୍ଲୀରେ କେତେ ଯେ ଅଧିକ ଟ୍ରାଫିକ ସମସ୍ୟା, ତାହା କେବଳ ସେଠାରେ ରହୁଥିବା ଲୋକେ ହିଁ ବୁଝିପାରିବେ । ଏଠାରେ କୌଣସି କାର୍ଯ୍ୟରେ କାର୍ଯ୍ୟସ୍ଥଳକୁ ବାହାରିବା ପାଇଁ ହେଲେ ଲୋକେ ଘଣ୍ଟାଏ ପୂର୍ବରୁ ଘରୁ ବାହାରିଥାନ୍ତି । କାରଣ ଏଠାରେ 15ମିନିଟ୍ ରାସ୍ତାକୁ ଅତିକ୍ରମ କରିବା ପାଇଁ ହେଲେ ଲୋକମାନଙ୍କୁ ବେଳେ ବେଳେ ଘଣ୍ଟା ଘଣ୍ଟା ସମୟ ଲାଗି ଯାଇଥାଏ । ଯାହାକୁ ଅନୁଭବ କରିଛନ୍ତି ନିଜେ ଶାହାରୁଖ୍ ଖାନ୍ ।

ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ଟ୍ରାଫିକ ଜାମ୍ ପାଇଁ ସେ ରାସ୍ତାରେ ଫସି ଯାଇଥିଲେ । ପରେ ଇଭେଣ୍ଟରେ ବିଳମ୍ବରେ ପହଞ୍ଚିବା ସହ ସେ ଟ୍ରାଫିକ ଜାମ୍ ପାଇଁ ବିଳମ୍ବ ହୋଇଥିବା କଥା କହିଥିଲେ ।

ସୂଚନା ମୁତାବକ, ପିଭିଆର୍ ଅନୁପମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଳମ୍ବ ହେବାରୁ ସେ ପ୍ରଥମେ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି କହିଥିଲେ । ବିଳମ୍ବରେ ପହଞ୍ଚିବାକୁ ନେଇ ସମସ୍ତଙ୍କୁ କ୍ଷମା ମାଗୁଛି । ଠିକ୍ ସମୟରେ ଘରୁ ବାହାରିକି ଆସିଥିଲେ ମଧ୍ୟ ଟ୍ରାଫିକ ଜାମ୍ ପାଇଁ ଫସି ଯାଇଥିଲି । ମୁଁ ଏ ନେଇ ଅଭିଯୋଗ କିଛି କରୁନାହିଁ । ଏ ହେଉଛି ଆମର ସହର । ଯାହା ବି ହେଉ, ଏ ହେଉଛି ଆମରି ଦିଲ୍ଲୀ ସହର ବୋଲି କହିଥିଲେ ଶାହାରୁଖ୍ ଖାନ୍ ।


ସେୟାର କରନ୍ତୁ