ଅଜୟ ଦେବଗନ୍ ନିଭାଇଥିବା କେଉଁ ଚରିତ୍ରରେ ହିତ୍ରିକ ନଜର ଆସିବେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀ ଏବେ ‘ଗଙ୍ଗୁବାଈ କାଠିଆୱାଡ଼ି’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ସୁପରଷ୍ଟାର ହିତ୍ରିକ ରୋଶନଙ୍କୁ ଏହି ସିନେମାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନେବାକୁ ଆଗ୍ରହ ଦେଖାଇଥିବା ଜଣାଯାଇଛି ।

ଏବେ ଶୁଣିବାକୁ ମିଳିଛି ଯେ, ସଞ୍ଜୟ ଲୀଲା ଭଂସାଲୀ ମୁମ୍ବାଇର ଡନ ହାଜୀ ମସ୍ତାନ ରୋଲପାଇଁ ହ୍ରିତିକ ରୋଶନଙ୍କୁ ସାଇନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ହିତ୍ରିକଙ୍କୁ ଏହି ରୋଲ ପାଇଁ ସଞ୍ଜୟ ଇତିମଧ୍ୟରେ ଅଫର୍ ଦେଇସାରିଥିବା ଜଣାଯାଇଛି ।

ପୂର୍ବରୁ ବଲିଉଡ ଅଭିନେତା ଅଜୟ ଦେବଗନ୍ ମିଲନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ୱାନସ ଅପଅନ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ଏହି ହାଜୀ ମସ୍ତାନ ଭୂମିକାରେ ନଜର ଆସିଥିଲେ । ଆକ୍ଟର ଅଜୟ ଏହି ଫିଲ୍ମରେ ଚମତ୍କାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ । ଅଜୟଙ୍କ ଭୂମିକାକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଥିଲେ ।

ଯଦି ହ୍ରିତିକ ‘ଗଙ୍ଗୁବାଈ କାଠିଆୱାଡ଼ି’ ଫିଲ୍ମରେ କାମ କରନ୍ତି, ତେବେ ଭଂସାଲୀଙ୍କ ସହିତ ତାଙ୍କର ଏହା ଦ୍ୱିତୀୟ ଫିଲ୍ମ ହେବ । ପ୍ରାୟ 9 ବର୍ଷ ପରେ ପୁଣି ଥରେ ଦୁହେଁ ଏକତ୍ର କାମ କରିବାର ସୋଯଗ ପାଇବେ । ଏହା ପୂର୍ବରୁ ହ୍ରିତିକ 2010ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗୁଜାରିଶ ’ରେ କାମ କରିଥିଲେ।


ସେୟାର କରନ୍ତୁ