କରିସ୍ମା କପୁର ଆଉ ଥରେ ବିବାହ କରିବାକୁ ଯାଉଛନ୍ତି କାରଣ କଣ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର 90 ଦଶକର ଚର୍ଚ୍ଚିତା ଚେହେରା । ତାଙ୍କର ଅଭିନୟ ଦକ୍ଷତାକୁ ଦେଖି ଦର୍ଶକମାନେ ଖୁବ ପସନ୍ଦ କରିଥାନ୍ତି । ସେ ଅଧିକାଂଶ ସମୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବହୁତ ପୂର୍ବରୁ କରିସ୍ମା କପୁର ଫିଲ୍ମ ସହ ସମ୍ପର୍କ ଭାଙ୍ଗି ସାରିଛନ୍ତି । ଏବେ କିଛି ନା କିଛି କାରଣ ପାଇଁ ସେ ଲାଇମ୍‌ ଲାଇଟରେ ରହୁଛନ୍ତି । ଯାହା ଶୁଣିବାକୁ ମିଳୁଛି ଏବେ କରିସ୍ମା ନିଜ ବିବାହ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି ।

ଅଭିନେତ୍ରୀ କରିସ୍ମା କପୁର 2003 ମସିହାରେ କରିସ୍ମାଙ୍କ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଉଭୟଙ୍କ ଭିତରେ ମନମାଳିନ୍ୟ ଘଟି ପରସ୍ପର ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ ।

ବିବାହ ବିଚ୍ଛେଦ ଘଟିବା ପରେ କରିସ୍ମା କପୁରଙ୍କ ସମ୍ପର୍କ ବିଜନେସମ୍ୟାନ ସନ୍ଦୀପ ତୋଷନୀୱାଲଙ୍କ ସହ ବଢିବାକୁ ଲାଗିଥିଲା । ଅଧିକାଂଶ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କରିସ୍ମାଙ୍କ ପ୍ରେମିକ ସନ୍ଦୀପ ମଧ୍ୟ ପୂର୍ବରୁ ବିବାହ କରିଥିଲେ । ସନ୍ଦୀପ ତାଙ୍କ ସ୍ତ୍ରୀ ଅର୍ଷିତାଙ୍କୁ ଛାଡପତ୍ର ଦେଇଥିଲେ । ସୂଚନା ମୁତାବକ, ସନ୍ଦିପ ଓ କରିସ୍ମା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ହେଲେ ଆନୁଷ୍ଠାନିକ ଭାବରେ ଏହି ଖବରର ଘୋଷଣା କିଛି କରାଯାଇନାହିଁ ।


ସେୟାର କରନ୍ତୁ