ତବୁ କଣ କହିଲେ ବିବାହ ପ୍ରସଙ୍ଗରେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତ୍ରୀ ତବୁଙ୍କ ଜନ୍ମଦିନ । ବହୁ ସିନେମାରେ ତବୁ ଚମତ୍କାର ଅଭିନୟ କରି ଦର୍ଶକ ମାନଙ୍କର ପସନ୍ଦର ଅଭିନେତ୍ରୀ ହୋଇପାରିଛନ୍ତି । ସେ ତାଙ୍କ ଅଭିନୟ ପାଇଁ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ । ତବୁଙ୍କୁ ଏବେ 48 ବର୍ଷ ହେଲାଣି । ସେ 70 ରୁ ଅଧିକ ହିନ୍ଦୀ ଓ ତେଲୁଗୁ ଭାଷାର ସିନେମାରେ ଅଭିନୟ କରିସାରିଲେଣି । ଏବେ ବି ସେ ଅଭିନୟ କ୍ଷେତ୍ରରେ ଖୁବ ସକ୍ରିୟ ଅଛନ୍ତି । ତାଙ୍କୁ ଭଲ ଭଲ ଫିଲ୍ମର ଅଫର୍ ମଧ୍ୟ ମିଳୁଛି । ତବୁ କିନ୍ତୁ ଏବେ ବି ଅବିବାହିତା । ସେ ବାହା ହେବାର ନାଆଁ ନେଉ ନାହାନ୍ତି ।

ମଝିରେ ଚର୍ଚ୍ଚା ହେଉଥିଲା ଯେ ,ଅଭିନେତ୍ରୀ ତବୁ ଅବିବାହିତା ରହିବା ପଛରେ ହାତ ଥିଲା ଅଭିନେତା ଅଜୟ ଦେବଗନଙ୍କର, କାରଣ ତବୁ ଯାହାଙ୍କର ପ୍ରେମରେ ପଡ଼ିବାକୁ ଚାହୁଁଥିଲେ, ଏଥିରୁ ତାଙ୍କୁ ବାରଣ କରାଉଥିଲେ ଅଜୟ । ଆଉ ଏକ କଥା ବି ଶୁଣିବାକୁ ମିଳୁଥିଲା ଯେ,ତବୁ କାହାଠାରୁ ପ୍ରେମରେ ଧୋକା ଖାଇଛନ୍ତି,ଯେଉଁଥିପାଇଁ ସେ ମନ ଭିତରେ କିଛି ଆଶଙ୍କା ରଖି ବାହା ହେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।

ହେଲେ ଏବେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ତବୁ । ତବୁ କହିଛନ୍ତି ଯେ,ତାଙ୍କୁ ପ୍ରେମରେ କେହି ଧୋକା ଦେଇନାହାଁନ୍ତି ବରଂ ସେ କେତେକଙ୍କୁ ପ୍ରେମରେ ପ୍ରତାରିତ କରିଅଛନ୍ତି । ସେ କହିଛନ୍ତି ଯେ,ତାଙ୍କ ଭଳି ମହିଳାକୁ କେଉଁ ପୁରୁଷ ବା ସମ୍ଭାଳି ପାରିବ ? ଆଦର୍ଶ ଜୀବନସାଥୀର ସଂଜ୍ଞା ତାଙ୍କ ପାଇଁ ମଝିରେ ମଝିରେ ବଦଳି ଜିବାରେ ଲାଗିଛି । ଏଣୁ ସେ ବାହାହେବା ଅପେକ୍ଷା ନିଃସଙ୍ଗ ରହିବାକୁ ଶ୍ରେୟସ୍କର ମଣୁଛନ୍ତି ବୋଲି କହିଛନ୍ତି ।


ସେୟାର କରନ୍ତୁ