କପିଲ ଶର୍ମାଙ୍କ ଶୋରେ ଭଜି କହିଲେ ଜଣେ ନୁହେଁ ଦୁଇ ଜଣ ଆକ୍ଟର ପସନ୍ଦ

ସିନେମା
ସେୟାର କରନ୍ତୁ

କପିଲ ଶର୍ମା ହରଭଜନ ସିଂହକୁ ପଚାରିଲେ ତୁମେ ଗୀତାଙ୍କୁ ଛାଡ଼ିକରି ଆଉ କେଉଁ ଅଭିନେତ୍ରୀଙ୍କୁ ସବୁଠାରୁ ବେଶୀ ପସନ୍ଦ କରୁଛ । ଏହା ଉପରେ ହରଭଜନ କହିଲେକି ଚେହେରା ଦେଖିକରି ନା ଆକ୍ଟିଙ୍ଗ ଦେଖିକରି ।
ଦି କପିଲ ଶର୍ମା ଶୋରେ ହରଭଜନ ସିଂହ ଏବଂ ଗୀତା ବସରା ପହଁଚିଥିଲେ । ହରଭଜନ ନିଜର ଚିରପରିଚିତ ଅନ୍ଦାଜରେ ଦର୍ଶକ ମାନଙ୍କୁ ଖୁବ ହସାଇଥିଲେ ଏବଂ କିଛି ପ୍ରଶ୍ନର ମଜାଦାର ଜବାବ ଦେଇଥିଲେ । କପିଲ ଶର୍ମା ହରଭଜନ ସିଂହକୁ ପଚାରିଥିଲେ କି ସେ ଗୀତାଙ୍କୁ ଛାଡ଼ିକରି ଆଉ କେଉଁ ଅଭିନେତ୍ରୀ ବେଶୀ ପସନ୍ଦ କରୁଛନ୍ତି । ଏହା ଉପରେ ହରଭଜନ କହିଲେକି ଚେହେରା ଦେଖିକରି ନା ଆକ୍ଟିଙ୍ଗ ଦେଖିକରି ? ଏହା ଉପରେ କପିଲ କହିଲେକି ତୁମେ ଦୁହିଁଙ୍କର କଥା କୁହ । ହରଭଜନ କହିଲେକି ଚେହେରାର କଥା କହିବାତ କାଟ୍ରିନା କ୍ୟାଫ ବହୁତ ପସନ୍ଦ ଓ ଆକ୍ଟିଙ୍ଗର କଥା କହିବାତ ପ୍ରିୟଙ୍କା ଚୋପଡାଙ୍କର ଅଭିନୟ ଭଲଲାଗିଥାଏ ।

ଭଜି ଏଇଆ ମଧ୍ୟ କହିଛନ୍ତି,ସେ ଓ ବୀରେନ୍ଦ୍ର ସେହବାଗ ଇଂଲିଶଭାଷାକୁ ଡରୁଥିଲେ । ଭଜି କହିଥିଲେକି,ମ୍ୟାଚ ସରିବାପରେ ସବୁଠାରୁ ବେଶୀ ଡର ପୋଷ୍ଟ ମ୍ୟାଚ କନ୍ଫରେନ୍ସରେ ହେଉଥିଲା କାହିଁକିନା ସେଠାରେ ଇଂଲିଶରେ କହିବାକୁ ପଡୁଥିଲା ଏବଂ ମଁି ଆଉ ସେହବାଗ ଏଇଥିପାଇଁ ବହୁତ ଡରୁଥିଲୁ । ଆମକୁ ଲାଗୁଥିଲାକି ପଡିଆ ଉପରେ ହେଉଥିବା ମ୍ୟାଚ ଖୁବ ଆସାନ ଅଛି । କିନ୍ତୁ ଆମ ଲାଗିତ ଅସଲି ମ୍ୟାଚ ପରୀକ୍ଷା ତ ସେଇ । ଏହାପରେ କପିଲ ପଚାରିଥିଲେକି ଶେଷରେ ତୁମର ଇଂଲିଶ କେମିତି ଏତେ ଭଲ ହେଉଛି ?
ଲମ୍ବା ସଂଘର୍ଷ କରିଛନ୍ତି ହରଭଜନ ଇଂଲିଶ ସାଥିରେ

ଏହା ପରେ ଭଜି କହିଲେକି, ମୋଠାରେ ଭୁଲରେ ଜଣେ ଶ୍ରୀଲଂକାନ ଝିଅ ପିଟିଯାଇଥିଲା ଏବଂ ମୁଁ ତାଙ୍କରି ଠାରୁ କିଛି ସିକୁଥିଲି । ଏହା ପରେ ମଧ୍ୟ ମୁଁ କିଛି ସାଥି ମାନଙ୍କ ଇଂଲିଶ କଥାଉପରେ ନଜରରଖୀ କହୁଥିଲି କିନ୍ତୁ ବେଳେବେଳେ ଅଜୀବ ପରି ହେଉଯାଉଥିଲା । ଏବେ ଭଜିଙ୍କ ପାଇଁ ଏହା ଖୁବ ଭଲ ଅଛି ଏବଂ ସେ କହୁଥିଲେକି ପୂର୍ବ ବର୍ଷ ସ୍କାୟ ସ୍ପୋଟର୍ସ ପାଇଁ ଅଙ୍ଗ୍ରେଜୀରେ କାମେଟ୍ରି କରିକି ଆସିଛି । ହରଭଜନଙ୍କର ଏହି କଥାକୁ ଶୁଣିକରି ସମସ୍ତେ ପ୍ରଶଂସା କରିଥିଲେ ।

ଏହା ବ୍ୟତୀତ ହରଭଜନଙ୍କର ପତ୍ନୀ ଗୀତା ବସରା ଶୋରେ ଭଜିଙ୍କ ଆକ୍ସନକୁ ତାରିଫ କରିଲେ ଏବଂ ଭାଜିଙ୍କୁ କ୍ଲିନ ବୋଲଡ ବି କଲେ । ଏହା ଉପରେ ଅର୍ଚନା ପୁରନ ସିଂହ କହିଲେ କି ଗୀତା ତୁମକୁ କେତେ ବର୍ଷ ପୂର୍ବରୁ ବୋଲଡ଼ କରିଥିଲେ ଏବଂ ଆଜି ସେ ତୁମକୁ କ୍ଲିନ ବୋଲଡ କରିଛନ୍ତି ।


ସେୟାର କରନ୍ତୁ