କଣ କରୀନା କପୁରଙ୍କ ସଫଳତାରେ ଜଳୁଛନ୍ତି ସୈଫଅଲ୍ଲୀ ଖାନ ? ଦେଇଛନ୍ତି ଏମିତି ଜବାବ

ସିନେମା
ସେୟାର କରନ୍ତୁ

ହାଲିୟା ଇଣ୍ଟରଭିୟୁରେ ସୈଫଅଲ୍ଲୀ ଖାନଙ୍କୁ ପଚରାଗଲାକି କଣ ତାଙ୍କ ସ୍ତ୍ରୀ କରୀନା କପୁରଙ୍କ ସଫଳତାକୁ ଦେଖି ଜଳୁନାହାନ୍ତି । ସୈଫ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ବଲିଉଡ୍ ନବାବ ସୈଫଅଲ୍ଲୀ ଖାନଙ୍କର ପୂର୍ବ ଫିଲ୍ମ ଲାଲ କପ୍ତ।ନ ବକ୍ସ ଅଫିସ ଉପରେ ଖାସ କମାଲ ଦେଖେଇ ପାରିନଥିଲା । ରିଲିଜ ପୂର୍ବରୁ ସୈଫ ଫିଲ୍ମରେ ନିଜର ଲୋକକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ । ସୈଫଙ୍କର ବଲିଉଡ୍ କ୍ୟାରିୟର ଉପରେ ଧ୍ୟାନ ଦେବାତ ସେ ଖୁବ ପଡ଼ ଉଠର ସାମ୍ନା କରିଛନ୍ତି । ଆକ୍ଟର ଖୁଦ ଏହି କଥା ଉପରେ ବିଶ୍ୱାସ ରଖନ୍ତି । ସେଇଠି ତାଙ୍କର ସ୍ତ୍ରୀ କରୀନା କପୁର ଇଣ୍ଡଷ୍ଟ୍ରୀରେ କମ ଫିଲ୍ମ କରନ୍ତି କିନ୍ତୁ ତାଙ୍କର ଫିଲ୍ମ ଗୁଡିକ ବକ୍ସ ଅଫିସରେ ଭଲ ଆୟ କରିଥାଏ । ହାଲିୟା ଇଣ୍ଟରଭିୟୁରେ ସୈଫଙ୍କୁ ପଚରାଯାଇଥିଲା କି, କରୀନାଙ୍କ ସଫଳତା ଉପରେ ଜଳୁ ନାହାନ୍ତି ? ସୈଫ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଫିଲ୍ମ କ୍ରିଟିକ ରାଜୀବ ମସଂଦ ସୈଫଅଲ୍ଲୀ ଖାନଙ୍କୁ ଏହାଉପରେ ପଚାରିଥିବା କଥାର ଜବାବରେ ସୈଫ କହିଥିଲେ କି,ନାହିଁ ନାହିଁ,ମୋତେ ଏଇଆ ଲାଗୁଛିକି ଆମେ ଏହି ସବୁ କଥା ଉପରେ ଖୁବ ଅଧିକ ରିଅଲିସ୍ଟିକ ହେଉଛେ । ମୁଁ ଏଇଆ କହୁ ନାହିଁକି ଏମିତି ଚିନ୍ତା କରାଯାଇପାରିବନି କିନ୍ତୁ ଆମେ ଏହି ପ୍ରକାରର କଥା ଚିନ୍ତା କରିବାନି । ମୋତେ ଏଇଆ ଲାଗୁଛିକି ସମୟ ବଦଳି ଯାଇଥାଏ । ପଡ଼ ଉଠ ହୋଇଥାଏ । କେବେ କେବେ ଏମିତି ହୋଇଥାଏ କି ଜଣେ ସଖ ଖୁବ ଭଲ କରୁଛି ଏବଂ କେବେ କେବେ ଦୁହେଁ ଭଲ କାମ କରୁଛନ୍ତି । କିନ୍ତୁ ମୁଁ ଏହି ମାପକାଠିରେ ଜୀବନକୁ କେବେ ତଉଲି ନଥାଏ । ଏପରିକି ମୋର ଜୀବନର ସଫଳତା ବକ୍ସ ଅଫିସ ଆୟ ଉପରେ ଦୂରତାର କୌଣସି ବାସ୍ନା ନାହିଁ । ମୋ ପାଇଁ ସଫଳତାର ତାତ୍ପର୍ଯ୍ୟ ଏୟା କି ନିଜ ଜୀବନରେ ସବୁ କିଛି ଠିକ ଅଛି କି ନାହିଁ ।

ଏଇଠି କହିବେକି,ଲାଲ କପ୍ତ।ନ ପରେ ସୈଫଅଲ୍ଲୀ ଖାନଙ୍କର ‘ତାନାଜି ଦ ଅନସଙ୍ଗ ବାଁରିୟର’ରେ ନଜର ଆସିବେ । ଏହି ଫିଲ୍ମରେ ସେ ମହତ୍ୱପୂର୍ଣ ଭୂମିକା ନିଭାଇବେ । ଏହା ବ୍ୟତୀତ ତାଙ୍କର ଝୁଲିରେ ‘ଜଵାନୀ ଜାନେମନ’ଏବଂ ‘ପୁଲିସ’ଭଳି ଫିଲ୍ମ ବି ଅଛି । ଏହିଠାରେ କରିନାଙ୍କର କଥା କହିବାତ ସେ ଫିଲ୍ମ ‘ଗୁଡ଼ ନିୟୁଜ’ ଏବଂ ‘ଅଂଗ୍ରେଜୀ ମିଡିୟମ’ର ସୁଟିଙ୍ଗ ଶେଷ କରି ସେ ଅମୀର ଖାନଙ୍କ ସାଥିରେ ‘ଲାଲ ସିଂହ ଚଢ଼ା’ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।


ସେୟାର କରନ୍ତୁ