ଅଜୟ ଦେବଗନଙ୍କର 100ତମ ଫିଲ୍ମ ତାନାଜୀ, ଶାହରୁଖ ଦେଲେ ସୁଭେତ୍ସା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଅଜୟ ଦେବଗନଙ୍କ ଆଗକୁ ଆସୁଥିବା ‘ତାନାଜୀ ଦ ଅନସଂଗ ବାରିୟର’ ହେଉଛି ତାଙ୍କ କ୍ୟାରିୟରର 100ତମ ଫିଲ୍ମ ।

ଅଜୟ ଦେବଗନ ବର୍ଷ 1991ରେ ‘ଫୁଲ ଔର କାଁଣ୍ଟେ’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଅଜୟ ଦେବଗନଙ୍କର ଏହି ଉପଲବ୍ଧିରେ କିଙ୍ଗଖାନ ତଥା ଶାହରୁଖ ଖାନ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଶାହରୁଖ, ଅଜୟ ଦେବଗନଙ୍କୁ ନିଜର ବହୁତ ଭଲ ବନ୍ଧୁ ବୋଲି ମାନନ୍ତି ଏବଂ ସେ ଅଜୟ ଦେବଗନଙ୍କ ପାଇଁ ବଢିଆ ସନ୍ଦେଶ ମଧ୍ୟ ଲେଖିଛନ୍ତି ।

ଶାହରୁଖ ଖାନ ଅଜୟ ଦେବଗନଙ୍କର 100ତମ ମୁବିର ପୋଷ୍ଟର ସେୟାର କରି ଲେଖିଛନ୍ତି,’ବନ୍ଧୁ ଅଜୟ ଦେବଗନଙ୍କର ଆଗରେ ଏବଂ 100ତମ ଫିଲ୍ମକୁ ନେଇ ଅଶାତିତ ଅଛି । ଏକ ସାଥିରେ ଦୁଇଟି ମୋଟରସାଇକେଲ ଉପରେ ବସି କରି ତୁମେ ବହୁତ ଖୁବ ଲମ୍ବା ଦୂରତା ଆସିସାରିଲଣି। ଆଗକୁ ବଢି ଚାଲନ୍ତୁ ଏବଂ ତାନାଜୀ ଫିଲ୍ମ ପାଇଁ ଶୁଭକାମନା’ ।

ଫିଲ୍ମରେ ଅଜୟ ଦେବଗନ ତାନାଜୀ ଭୂମିକାରେ ନଜର ଆସିବେ । କହିବାତ ତାନାଜୀ ମଲୁସାର ଛତ୍ରପତି ଶିବାଜୀଙ୍କର ଜେନରଲ ଥିଲେ ଯେକି ମରାଠାମାନଙ୍କ ପାଇଁ ମୁଗଲମାନଙ୍କ ସହ ଲଢ଼ି ସିଂହଗଡ଼ ଯୁଦ୍ଧରେ ମୃତ ହୋଇଥିଲେ ।

ତାନାଜୀ କୋଢାଣାର ଦୁର୍ଗକୁ ଜିତିବା ସମୟରେ ମରିଯାଇଥିଲେ। ଏହି ଫିଲ୍ମର ନିର୍ଦେଶନା ଓମ ରାୱତ ଦେଇଛନ୍ତି । ଏହି ଫିଲ୍ମକୁ ଅଜୟ ଦେବଗନ, ଭୂଷଣ କୁମାର ଏବଂ କୃଷ୍ଣ କୁମାର ତିନି ଜଣ ମିଶି ପ୍ରଡ୍ୟୁସ କରୁଛନ୍ତି ।


ସେୟାର କରନ୍ତୁ