ଗୋଲାପୀ ବଲରେ ଖେଳିବା ପୂର୍ବରୁ ରାହୁଲ ଦ୍ରାବିଡ଼ଙ୍କ ଠାରୁ ଗୁରୁ ମନ୍ତ୍ର ନେବେ ପାଞ୍ଚ ଖେଳାଳୀ

ଖେଳ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ କୋଲକାତାର ଇଡେନ ଗାର୍ଡେନରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବେ । ଏହା ଆସନ୍ତା ନଭେମ୍ବର 22ତାରିଖରୁ 26 ତାରିଖ ଯାଏଁ ଚାଲିବ । ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ ଗୋଲାପୀ ବଲରେ ଖେଳା ଯିବ । ତେବେ ଯାହାକୁ ନେଇ ଟିମ ଇଣ୍ଡିଆର କିଛି ଖେଳାଳି ଭଲ ପ୍ରଦର୍ଶନ ନିମନ୍ତେ ନିଜକୁ ପ୍ରସ୍ତୁତ କରିବେ ।

ତେବେ ଏହି ଖେଳାଳିମାନଙ୍କୁ ଟିମ ଇଣ୍ଡିଆର ପୂର୍ବତନ ଖେଳାଳୀ ତଥା ଦ ୱାଲ ଭାବରେ ପରିଚିତ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ଼ ଟ୍ରେନିଂ ଦେବେ । ଦ୍ରାବିଡ଼ ମଧ୍ୟ ଭଲ ଓଇକେଟ କ୍ୱିପିଙ୍ଗ କରନ୍ତି । ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରାହୁଲ ଦ୍ରାବିଡ଼ ଭାରତୀୟ ଟିମର ପାଞ୍ଚ ଜଣ ଖେଳାଳିଙ୍କୁ ଗୋଲାପୀ ବଲରେ କିଭଳି ଉନ୍ନତ ମାନର ପ୍ରଦର୍ଶନ କରି ପାରିବେ ସେ ନେଇ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ରହିଛି ।

ଦିବାରାତ୍ର ଟେଷ୍ଟ ପୂର୍ବରୁ କ୍ରିକେଟ ଏକାଡେମୀରେ ଆରମ୍ଭ ହେବାକୁ ଥିବା ଏହି ଟ୍ରେନିଂରେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ, ମହମ୍ମଦ ସମୀ, ଚେତ୍ତେଶ୍ୱର ପୂଜାରା ଓ ରବୀନ୍ଦ୍ର ଜାଡେଜା ପ୍ରମୁଖଙ୍କ ନାମ ସାମିଲ କରାଯାଇଛି । କ୍ରିକେଟ ଏକାଡେମୀରେ ରାହୁଲ ଦ୍ରାବିଡ଼ ଏହି ଖେଳାଳିମାନଙ୍କୁ ଗୁରୁ ମନ୍ତ୍ର ଦେବେ ।

ବାଙ୍ଗାଲୋରରେ ଥିବା କ୍ରିକେଟ ଏକାଡେମୀରେ ଦ୍ରାବିଡ଼ ପୁରା ଦିନ ତମାମ ଏହି ପାଞ୍ଚ ଜଣ ଖେଳାଳିଙ୍କୁ ପିଙ୍କ ବଲରେ ଖେଳିବାର ଶିକ୍ଷାଦାନ ଦେବେ । ତେବେ ପ୍ରଥମେ ଉଭୟ ଦିନ ଓ ରାତିରେ ଟ୍ରେନିଂ ଦେବାକୁ ଯୋଜନା ହୋଇଥିଲା କିନ୍ତୁ କିଛି କାରଣ ବଶତଃ କେବଳ ଏହି ଟ୍ରେନିଂକୁ ଦିନରେ ଶିକ୍ଷାଦାନ ଦିଆଯିବାର ବ୍ୟବସ୍ଥା କରାଯାଇଛି ।


ସେୟାର କରନ୍ତୁ