ବବି ଦେୱଲଙ୍କ ପୂର୍ବରୁ ଏହି ଆକ୍ଟରଙ୍କୁ ଅଫର ହୋଇଥିଲା ସଲମାନ ଖାନଙ୍କର ରେସ 3ଫିଲ୍ମ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସଲମାନ ଖାନଙ୍କ ରେସ 3କୁ କ୍ରିଟିକଲି ଖୁବ ନେଗେଟିଭ ରିଭିଓ ମିଳିଥିଲା,କିନ୍ତୁ ପରଦା ଉପରେ ଫିଲ୍ମଟି ଖୁବ ଧମାଲ ମଚାଇ ଦେଇଥିଲା । ଏହି ମୁବିଟି ତାବଡ଼ତୋଡ ଆୟ କରିଥିଲା । ଫିଲ୍ମରେ ବବି ଦେୱଲ ଆକ୍ସନ ଅବତାରରେ ଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି ବବି ଦେୱଲ ଫିଲ୍ମ ପାଇଁ ପ୍ରଥମ ଚଏସ ନଥିଲେ ।

ରିପୋଟର୍ସଙ୍କ ମୁତାବିକ,ଏହି ଫିଲ୍ମଟି ପ୍ରଥମେ ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଅଫର ହୋଇଥିଲା । କିନ୍ତୁ ଡେଟ ଇସ୍ୟୁଜ କାରଣ ବଶତଃ ସିଦ୍ଧାର୍ଥ ଏହି ଫିଲ୍ମକୁ ସାଇନି କରିପାରି ନଥିଲେ ।

ରେସ 3ର କଥା ଉପରେ ସିଦ୍ଧାର୍ଥ କହିଥିଲେ କି, ଆମ ମଧ୍ୟରେ କିଛି ବି କ୍ରିଏଟିଭ ଇସ୍ୟୁଜ ନଥିଲା । ଏହି ସମୟରେ ମୋ ପାଖରେ ଆହୁରି ମଧ୍ୟ କିଛି ପ୍ରୋଜେକ୍ଟସ ଥିଲା ଯେଉଁଥିପାଇଁ ମୁଁ ଫିଲ୍ମକୁ ସାଇନ କରିପାରି ନଥିଲି । ମୋ ପାଖରେ ଟାଇମ ଲିମିଟେସନ ଥିଲା । ସେମାନେ ତୁରନ୍ତ ଫିଲ୍ମକୁ ସୁଟ କରିବାପାଇଁ ଚାହୁଁଥିଲେ ଏବଂ ମୁଁ ଏହା କରିପାରୁ ନଥିଲି । ଏହି କାରଣ ପାଇଁ ଫିଲ୍ମଟିକୁ ମୁଁ କରିପାରି ନଥିଲି ।

ମୁଁ ଜାଣୁଛି କି ରମେଶ ତ୍ୱରାନି ଏବଂ ସଲମାନ ଖାନଙ୍କ ସାଥିରେ କାମ କରିବା ଭଲ । ବିଶ୍ୱାସ ଅଛିକି ଆସୁଥିବା ସମୟ ମାନଙ୍କରେ ମୁଁ ତାଙ୍କ ସାଥିରେ କାମ କରିବି । କହିବାତ ରିମୋ ଡ଼ିସୋଜାଙ୍କ ଦ୍ୱାରା ନିର୍ମିତ ରେସ 3 ପ୍ରଥମ ଦିନର କଲେକ୍ସନ 29.17କରୋଡ ଆୟ କରିଥିଲା । ସଲମାନ ଖାନ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଏକ ସଙ୍ଗରେ ଦେଖିବା ଫ୍ୟାନ୍ସ ମାନଙ୍କ ପାଇଁ ଟ୍ରିଟରୁ କମ ନୁହଁ ।

ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ରିତେଶ ଦେଶମୁଖ ଏବଂ ତାରା ସୁତାରୀଆ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମ ନଭେମ୍ବର 15 ରେ ରିଲିଜ ହେବ ।


ସେୟାର କରନ୍ତୁ