ଅକ୍ଷୟଙ୍କ ସହ ଆଉ ଏକ ଫିଲ୍ମରେ ନଜର ଆସିବେ କ୍ରିତି ସାନନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଗତ ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ସାଜିଦ ନାଡିଆଡୱାଲାଙ୍କ ପ୍ରଯୋଜିତ ଫିଲ୍ମ ‘ହାଉସ ଫୁଲ 4’ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିଲେ ଅକ୍ଷୟ କୁମାର ଏବଂ କ୍ରିତି ସାନନ । ଏହି ଯୋଡ଼ିକୁ ଦର୍ଶକ ପରଦା ଉପରେ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ରେଜଲ୍ଟ କରିପାରିଛି । ଏବେ ପୁଣି ଥରେ ଏହି ଯୋଡ଼ି ଏକାଠି ଅଭିନୟ କରିବା ପାଇଁ ଯାଉଥିବାର ଖବର ମିଳିଛି ।

ଖବର ମୁତାବକ, ଯେଉଁଥିରେ ଦ୍ୱତୀୟ ଥର ଲାଗି ଏହି ଯୋଡ଼ି ତଥା ଅକ୍ଷୟ କୁମାର ଏବଂ କ୍ରିତି ସାନନ କାମ କରିବାକୁ ଯାଉଛନ୍ତି, ସେହି ଫିଲ୍ମର ନାମ ହେଉଛି ‘ବଚ୍ଚନ ପାଣ୍ଡେ’ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ହାଉସଫୁଲ 4’ ଫେମ୍ ଫରହଦ ସାମଜୀ । ସଂପ୍ରତି ଏହି ଫିଲ୍ମଟିର ସ୍କ୍ରିପ୍ଟ କାମ ଚାଲୁ ରହିଥିବାର ଜଣାପଡ଼ିଛି ।

ତେବେ ଏହି ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟ ରୋଲ ପାଇଁ କ୍ରିତିଙ୍କୁ ସାଇନ କରାଯାଇଥିବା କାରଣରୁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ବର୍ଷ ଫେବୃଆରି ମାସରେ ‘ବଚ୍ଚନ ପାଣ୍ଡେ’ର ସୁଟିଙ୍ଗ ଆରମ୍ଭ ହେବାର ଯୋଜନା ରହିଛି । ଏହାର ପ୍ରଯୋଜନା ସାଜିଦ ନାଡିଆଡୱାଲା କରୁଥିବା ଜଣାଯାଇଛି ।


ସେୟାର କରନ୍ତୁ