ଅଲିଭ ରିଡ଼ଲେ ସୁରକ୍ଷାକୁ ନେଇ କଟକଣା, ମତ୍ସଜୀବୀ ପରିବାରକୁ ମାସିକ 7 ହଜାର 500 ଟଙ୍କା ଆର୍ଥିକ ସହଯୋଗ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଅଲିଭ ରିଡ଼ଲେଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ଧରିବା ନେଇ କଟକଣା ଜାରି କରାଯାଇଛି । ମତ୍ସଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ 20 କିଲୋମିଟର ପର୍ଯ୍ୟନ୍ତ ଆଗାମୀ 2020 ମେ’ 31 ଯାଏଁ ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ 3ଟି ଜାଗା ଯଥା- ଋଷିକୂଲ୍ୟା, ଗହୀରମଥା ଓ ଦେବୀ ମୁହାଣରେ ମୋଟ 66ଟି ଶିବିର ଖୋଲଯିବ । ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଏହି ଶିବିରଗୁଡ଼ିକରେ ବନ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବ ।

ପ୍ରାୟ 7 ମାସ ଯାଏଁ ମତ୍ସଜୀବୀମାନେ ସମୁଦ୍ରରୁ ମାଛ ନଧରିବା ଫଳରେ ସେମାନଙ୍କ ଆର୍ଥିକ ଅବସ୍ଥାକୁ ଅନୁଧ୍ୟାନ କରି ଏହି ନିଷ୍ପତି ନିଆଯାଇଛି । ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସଜୀବୀ ପରିବାରକୁ ମାସିକ 7 ହଜାର 500 ଟଙ୍କା ଆର୍ଥିକ ସହଯୋଗ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ବନ୍ୟପ୍ରାଣୀ ପିସିସିଏଫ ହରିଶଙ୍କର ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି ।


ସେୟାର କରନ୍ତୁ