ପାକିସ୍ତାନ କ୍ରିକେଟର ନୂଆ ମିଛ, 2016ରେ 16ବର୍ଷ ଥିଲେ ନସିମ ସାହ 2019ରେ ମଧ୍ୟ ସେହି ବୟସ

ଖେଳ
ସେୟାର କରନ୍ତୁ

ଖେଳ ଖବର : କହିବାତ 16 ବର୍ଷ ବୟସରେ ଟେଷ୍ଟ କ୍ରିକେଟ ଆରମ୍ଭ କରିଥିବା ପାକିସ୍ତାନର ତେଜ ବୋଲର ନସିମ ସାହଙ୍କ ବୟସକୁ ନେଇ ସଵାଲ ଉଠିଅଛି । ପାକିସ୍ତାନର ସବୁଠୁ ବଡ଼ ଖବର କାଗଜରେ ତିନି ବର୍ଷ ପୂର୍ବରୁ ମଧ୍ୟ ଏକ ବଡ଼ ଆର୍ଟିକିଲରେ ସେ 16ବର୍ଷ ବତାଇ ଥିଲେ । ଏବେ ମଧ୍ୟ 2019ରେ ନସିମଙ୍କୁ 16ବର୍ଷ ବୋଲି କୁହାଯାଉଅଛି ।

ପାକିସ୍ତାନର ପ୍ରସିଦ୍ଧ ଖେଳ ପତ୍ରକାର ସାଜ ସାଦିକ ପୂର୍ବ ବର୍ଷ ଏକ ଟୁଇଟରେ ନସିମଙ୍କୁ 17ବର୍ଷ ବତାଇଥିଲେ । ଏହି ଲିଃହଜରେ ଦେଖିଲେ ମଧ୍ୟ ନସିମଙ୍କର ବୟସ ଗୋଟିଏ ବର୍ଷ ବଢିଛି । ଭାରତର ପୂର୍ବ ଟେଷ୍ଟ କ୍ରୀକେଟିୟର ମହମ୍ମଦ କୈଫ ନସିମ ସାହଙ୍କର ବୟସକୁ ନେଇକରି ପ୍ରଶ୍ନ ଖଡ଼ା କରିଛନ୍ତି ।

ମିଛ କହୁଛି ପାକିସ୍ତାନ
ତିନି ବର୍ଷ ପୂର୍ବରୁ ପାକିସ୍ତାନରେ କ୍ରିକେଟ ଉପରେ ଏକ ରିଏଲଟି ଟିଭି ସୋ ଆୟୋଜିତ ହୋଇଥିଲା । ୱେଷ୍ଟଇଣ୍ଡିଜର ପୂର୍ବ ତେଜ ବୋଲର ଏଣ୍ଡି ରାବଟର୍ସ,ସାଉଥ ଆଫ୍ରିକାର ଜାଣ୍ଟ ରୋଡ଼ସ, ଅଷ୍ଟେଲିଆର ଡେମିୟାନ ମାର୍ଟିନ ଏବଂ ନିଉଜଲାଣ୍ଡର ପୂର୍ବ ତେଜ ବୋଲର ଡେନି ମାରିସନ ପାକିସ୍ତାନ ଆସିଥିଲେ । 7ଅକ୍ଟୋବର 2016ରେ ‘ଦ ଡ଼ନ’ ଖବର କାଗଜରେ ଏହାର ଖବର ପ୍ରକାଶିତ ହୋଇଥିଲା ।

ରାବଟର୍ସ ଖବର କାଗଜକୁ ଦେଇଥିବା ଇଣ୍ଟରଭିୟୁରେ କହିଥିଲେ, ’16 ବର୍ଷର ନସିମ ମୋତେ ବହୁତ ପସନ୍ଦ ଲାଗୁଛନ୍ତି । କମ ବୟସରେ ମଧ୍ୟ ତାଙ୍କ ପାଖରେ ଗଜବର ରପ୍ତାର ଅଛି । ମୋ ପାଖରେ ଏହି (ନସିମ) ସାଥିରେ କାମ କରିବା ପାଇଁ ବେଶୀ ସମୟ ନାହିଁ । ଏହାର ଅବଶୋଷ ରହିବ ।

ସାଜ ସାଦିକଙ୍କର ଟୁଇଟ ମଧ୍ୟ ଭାଇରଲ
ସାଜ ସାଦିକ ପାକିସ୍ତାନର ମସୁର ପତ୍ରକାର ଅଟନ୍ତି । ସେ ପୂର୍ବ ବର୍ଷ ତଥା 2018ରେ ନସିମଙ୍କୁ 17 ବର୍ଷ କହିଥିଲେ । ଏବେ ପାକିସ୍ତାନ କ୍ରିକେଟ ବୋର୍ଡର ଦାବା ମାନିବାତ ନସିମଙ୍କର ବୟସ 18ବର୍ଷ ବଦଳରେ 17ବର୍ଷ ହୋଇଛି । ତେବେ ସେ ଏକ ବର୍ଷ ଛୋଟ ହୋଇଛନ୍ତି ।

ମହମ୍ମଦ କୈଫ ଏହି ଟୁଇଟକୁ ସେୟାର କରି କହିଛନ୍ତି,’ଜରା ଏହି ନୂଆ ସନସନିକୁ ଦେଖନ୍ତୁ । ଏ 16ବର୍ଷର ଅଟନ୍ତି । ତାଙ୍କର ବୟସ ବଢିବା ବଦଳରେ କମ ହେବାରେ ଲାଗିଛି । ଟିକେ ଚିନ୍ତା କରନ୍ତୁ ।’ ଏଥିରେ ସାଦିକଙ୍କୁ ତଙ୍ଗ ମଧ୍ୟ କରିଅଛନ୍ତି ।

ଆଫ୍ରିଦ ମଧ୍ୟ ଛୁପାଇଥିଲେ ନିଜର ବୟସ
ପାକିସ୍ତାନର ପୂର୍ବ କ୍ୟାପଟେନ ସହୀଦ ଆଫ୍ରିଦ ଉପରେ ମଧ୍ୟ ଠିକ ବୟସ ବତାଇ ନ ଥିବାର ଆରୋପ ଲାଗିଥିଲା । ତାଙ୍କର ଜନ୍ମ 1975ରେ ହୋଇଥିଲା । କିନ୍ତୁ ଯେବେ ପର୍ଯ୍ୟନ୍ତ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳୁଥିଲେ ସେ ପର୍ଯନ୍ତ ଜନ୍ମ ତିଥି 1980 ତେବେ ପାଞ୍ଚ ବର୍ଷ କମ ବତାଉଥିଲେ ।

ଖାସ କଥା ଏଇଆ କି ସେଇ ବର୍ଷ ତାଙ୍କର ବହି ‘ଗେମ୍ ଚେଞ୍ଜର’ ଆସିଥିଲା । ଏଠାରେ ସେ କହିଥିଲେକି ରେକର୍ଡ ବୁକରେ ତାଙ୍କର ଯେଉଁ ବୟସ ଦିଆଯାଇଛି, ତାହା ଠିକ ନୁହେଁ । ଆଫ୍ରିଦ ମାନିଥିଲେକି ତାଙ୍କର ଜନ୍ମ 1980 ନୁହେଁ କିନ୍ତୁ 1975ରେ ହୋଇଥିଲା ।


ସେୟାର କରନ୍ତୁ