ଆଇପିଏଲ୍ 2020: ବିରାଟ କୋହଲି ସୁଇମିଂ ପୁଲରେ କଲେ ଜମକର ମସ୍ତି, ସେୟାର କଲେ ଏହି ଫଟୋ

ଖେଳ
ସେୟାର କରନ୍ତୁ

କରୋନା ଭାଇରସର ପ୍ରକୋପ ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 13 ତମ ସିଜନ୍ 19 ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । କୋଭିଡ 19 ହେତୁ ଚଳିତ ବର୍ଷ ଆଇପିଏଲ ଭାରତ ବଦଳରେ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ଆଇପିଏଲ୍ ପ୍ରସ୍ତୁତି ପାଇଁ ପ୍ରାୟ ଏକ ମାସ ପୂର୍ବରୁ ସମସ୍ତ ଦଳ ୟୁଏଇରେ ପହଞ୍ଚିଥିଲେ । ୟୁଏଇରେ ଗରମରେ ପରିସାନ ହେଉଥିବା ଖେଳାଳିମାନେ ଅଭ୍ୟାସ ପରେ ସୁଇମିଂ ପୁଲରେ ମସ୍ତିର କୌଣସି ସୁଯୋଗ ହାତରୁ ଯିବାକୁ ଦେଉନାହାନ୍ତି ।

ପୁଲରେ ମଜା କରୁଥିବା ଖେଳାଳିଙ୍କ ମଧ୍ୟରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଅଛନ୍ତି । ବିରାଟ କୋହଲି ଇନଷ୍ଟାଗ୍ରାମରେ ସୁଇମିଂ ପୁଲରେ ମଜା କରିବାର ଫଟୋ ସେୟାର କରିଛନ୍ତି ।

ବିରାଟ କୋହଲିଙ୍କ ସହ ବାକି ଆରସିବି ଖେଳାଳିମାନେ ମଧ୍ୟ ମଜା କରୁଛନ୍ତି । ବିରାଟ କୋହଲି ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ସୁଇମିଂ ପୁଲ ହେତୁ ବିତୁ ଥିବା ଦିନ ଅତି ଚମତ୍କାର ରହିଛି ।’

View this post on Instagram

A proper day at the pool yesterday 😃🏊

A post shared by Virat Kohli (@virat.kohli) on

ଆସନ୍ତୁ ଜାଣିବା ଯେ ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ପ୍ରଥମ ଥର ପାଇଁ ଟାଇଟଲ ଉପରେ ନଜର ରଖିଛି । ଆରସିବି ହେଉଛି ଏହି ଦଳ ମଧ୍ୟରୁ ଗୋଟିଏ ଯାହାକି ଏପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟାଇଟଲ୍ ଜିତି ନାହିଁ ।

ଅଧିନାୟକ ଭାବରେ ବିରାଟ କୋହଲି ହୁଏତ ଦଳକୁ ଟାଇଟଲ୍ ଦେଇ ପାରିନାହାଁନ୍ତି, କିନ୍ତୁ ବ୍ୟାଟ୍ସମ୍ୟାନ୍ ଭାବରେ ନିଜର ଆଇପିଏଲ୍ ରେକର୍ଡ ଅତ୍ୟନ୍ତ ପ୍ରଭାବଶାଳୀ । ଭାରତୀୟ ପ୍ରିମିୟର ଲିଗରେ ବିରାଟ କୋହଲି ସର୍ବାଧିକ ରନ୍ ସ୍କୋରର ଅଟନ୍ତି । ବିରାଟ କୋହଲି ଆଇପିଏଲରେ 5400 ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ଏବଂ 5 ଶତକ ମଧ୍ୟ କରିଛନ୍ତି ।


ସେୟାର କରନ୍ତୁ