8ସପ୍ତାହ ପରେ ମଧ୍ୟ ବକ୍ସ ଅଫିସରେ ‘ୱାର’ର ନନଷ୍ଟପ୍ ଆୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: 2ଅକ୍ଟୋବରରେ ରିଲିଜ ହୋଇଥିବା ଟାଇଗର ଶ୍ରଫ୍ ଏବଂରୀତିକ ରୋଶନଙ୍କର ଷ୍ଟାରର ଫିଲ୍ମ ‘ୱାର’ ବକ୍ସ ଅଫିସରେ 8ସପ୍ତାହ ପରେ ମଧ୍ୟ ମଜଭୁତରେ ରହିଅଛି । ‘ୱାର’ର ନନଷ୍ଟପ୍ ଆୟ ଜାରି ରହିଛି । ଏହି ଫିଲ୍ମଟି ଭାରତୀୟ ବଜାରରେ ଏ ପର୍ଯ୍ୟନ୍ତ 318.01କରୋଡ ଆୟ କରି ସାରିଛି ।

ଟ୍ରେଣ୍ଡ ଆନାଲିଷ୍ଟ ତରଣ ଆଦର୍ଶ ‘ୱାର’ର ଆୟ ଲିଷ୍ଟ ଆଂକଡା ଜାରି କରିଛନ୍ତି । ଆକ୍ସନ ଏବଂ ଏଡ଼ଭେଞ୍ଚର ଏହି ଫିଲ୍ମଟି 8ମ ସପ୍ତାହରେ 8ଲକ୍ଷର କମାଇ କରିଥିଲା । 8ସପ୍ତାହରେ ଫିଲ୍ମର ମୋଟ ଆୟ 318.01କରୋଡ ହୋଇଅଛି । ତରଣ ଆଦର୍ଶ ଟାଇଗର ଏବଂ ରୀତିକଙ୍କ ଫିଲ୍ମକୁ ବ୍ଳାଙ୍କବଷ୍ଟର ବତେଇଛନ୍ତି । ଗାନ୍ଧୀ ଜୟନ୍ତୀ ମୌକାରେ ରିଲିଜ ହୋଇଥିବାରୁ ‘ୱାର’କୁ ଏକ୍ସଟେଣ୍ଡେଡ ଵିକେଣ୍ଡ ମିଳିଛି । ପ୍ରଥମ ଏକ୍ସଟେଣ୍ଡେଡ ସପ୍ତାହ 9ଦିନରେ 238.35କରୋଡ ଆୟ କରିଅଛି ।

‘ୱାର’ 2019ଫିଲ୍ମ ସୁପରହିଟ ଫିଲ୍ମ ମାନଙ୍କ ମଧ୍ୟରେ ମିଶି ଯାଇଛି । ଏହି ଫିଲ୍ମଟି କେତେ ଗୁଡିଏ ରେକର୍ଡ ତୋଡ଼ିଛି ଏବଂ ଆଉ କେତେ ଗୁଡିଏ ମଧ୍ୟ ରେକର୍ଡ ବନାଇଛି । ‘ୱାର’ ଟାଇଗର ଶ୍ରଫ୍ ଏବଂରୀତିକ ରୋଶନଙ୍କର କ୍ୟାରିୟରର ସବୁଠାରୁ ବଡ଼ ହିଟ ଫିଲ୍ମ ସାବ୍ୟସ୍ତ ହୋଇଛି । ଏହି ଫିଲ୍ମଟିକୁ କ୍ରିଟିକ୍ସଙ୍କ ସାଥିରେ ଲୋକମାନେ ମଧ୍ୟ ଭଲ ରେସପନ୍ସ ଦେଇଛନ୍ତି । ଫିଲ୍ମ ‘ୱାର’କୁ ଡ଼ାଇରେକ୍ଟର ସିଦ୍ଧାର୍ଥ ଆନନ୍ଦ ବନେଇଛନ୍ତି ଏବଂ ୟସରାଜ ବ୍ୟାନର ପ୍ରଡ୍ୟୁସ କରିଅଛନ୍ତି ।


ସେୟାର କରନ୍ତୁ