ଏବେ କଣ କରିବେ ସାହିଦ କପୁରଙ୍କ ପତ୍ନୀ ?

ସିନେମା
ସେୟାର କରନ୍ତୁ

ବଲିଉଡ଼ର ଚର୍ଚ୍ଚିତ ଯୋଡ଼ି ସାହିଦ କପୁର ଓ ପତ୍ନୀ ମୀରାଙ୍କୁ ନେଇ କିଛି ନା କିଛି ଖବର ସୋସିଆଲ ମିଡ଼ିଆରେ ଘୂରିବୁଲୁଥାଏ। ତେବେ ନିକଟରେ ମୀରା ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଏ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଏହି ଦମ୍ପତ୍ତି । ବାସ୍ତବରେ ମୀରା ଜଣେ ବିଜନେସ୍‍ ଓମ୍ୟାନ ହେବାକୁ ଚାହୁଁଛନ୍ତି। ସେ ଖୁବ୍‍ ଶୀଘ୍ର ଏକ ରେସ୍ତୋରାଁ ଖୋଲିବାକୁ ଯାଉଛନ୍ତି ।

ତେବେ ଏହି ରେସ୍ତୋରାଁରେ କେବଳ ଭେଜ୍‍ ଖାଦ୍ୟ ପରଷାଯିବ। ଏଥିପାଇଁ ମୀରା ଜାଗା ଖୋଜିବାରେ ଲାଗିପଡ଼ିଛନ୍ତି । ସେ ବାନ୍ଦ୍ରାସ୍ଥିତ ଜୁହୁ ଅଞ୍ଚଳରେ ଏହି ରେସ୍ତୋରାଁ ପେଇ ଁ ଜାଗା ଖୋଜୁଥିବା ଜଣାପଡ଼ିଛି । ଏହାସହ ସେ ରେସ୍ତୋରାଁ ପାଇଁ ସୈଫ୍‍ ଖେୋଜିବା ମଧ୍ୟ ଆରମ୍ଭ କରିପାରନ୍ତି ।


ସେୟାର କରନ୍ତୁ