ମୁଁ ଜାଣିବାକୁ ପାଇଲି କି ମୁଁ କଣ: ପ୍ରିୟଙ୍କା ଚୋପ୍ରା

ସିନେମା
ସେୟାର କରନ୍ତୁ

ଆଜିକାଲି ପ୍ରିୟଙ୍କା ଚୋପ୍ରା ନିଜର ଅପକମିଙ୍ଗ ଫିଲ୍ମ “ଦ ସ୍କାଇ ଈଜ ପିଙ୍କ” ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ଏହି ସମୟରେ ଅଲଗା ଅଲଗା ଅନ୍ଦାଜରେ ନଜର ଆସୁଛନ୍ତି ।

ପ୍ରିୟଙ୍କା ତିନି ବର୍ଷ ପରେ ଏହି ଫିଲ୍ମରେ ଦେଖିବାକୁ ମିଳିବେ । କିଛି ଦିନ ପୂର୍ବରୁ ପ୍ରିୟଙ୍କା କହିଥିଲେ ,ଏହି ଫିଲ୍ମଟି ଏକ ବହୁତ ଭଲ ଏବଂ ବାସ୍ତବିକ ଦାମ୍ପତ୍ୟ ଜୀବନ ଉପରେ ଆଧାରିତ। ମୋତେ ଲାଗୁଛି ଆଜିର ଏହି ସ୍ୱାର୍ଥପର ଦୁନିଆରେ, ଯେଉଁଠି ଆମେ ବଂଚିଛେ ,ଏହି ଫିଲ୍ମ ଆପଣଙ୍କୁ ଜଣେଇବ କି ଯେବେ ଆପଣଙ୍କ ପରିବାର ଆପଣଙ୍କର ସାଥିରେ ଥିବ ବା ପରିବାରର ସମର୍ଥନ ମିଳୁଥିବ, କଣ କିଛି ହୋଇପାରିବ ।

ପ୍ରିୟଙ୍କା ଆହୁରି ମଧ୍ୟ କହିଲେ, ମୁଁ ଯେବେ ଫିଲ୍ମର ସ୍କ୍ରିପ୍ଟ ପଢ଼ିଲି ,ମୋତେ ଲାଗିଲା ଯେମିତି ଏହି କାହାଣୀ କାହିଁକି ମୋ କାହାଣୀ ଲାଗୁଛି, କାରଣ ମୋର ମାତା ପିତା ବି ଏମିତି ଅଟନ୍ତି । ଏମାନେ ବହୁତ ସହାୟତା କରନ୍ତି, ଏଇ କାରଣ ପାଇଁ ମୁଁ ଜାଣିବାକୁ ପାଇଲି କି ମୁଁ କଣ, ଆଉ ଆଜି ତାଙ୍କରି ଆଶିର୍ବାଦରେ ମୁଁ ଏଇଠି।

“ଦ ସ୍କାଇ ଈଜ ପିଙ୍କ” ଫିଲ୍ମର ନିର୍ଦେଶକ ସୋନାଲି ବୋଷ ଅଟନ୍ତି । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହିତ ଫରହାନ ଅଖତର, ଜାୟରା ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମଟି 11 ଅକ୍ଟୋବରରେ ରେ ସିନେମା ଘରରେ ରିଲିଜ ହେବାକୁ ଯାଉଛି ।


ସେୟାର କରନ୍ତୁ