ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଏବେ ମଧ୍ୟ କାହାଣୀ ଲେଖିବାରେ ବହୁ ପଛରେ ରହିଛି ବଲିଉଡ୍: କ୍ୟାଟ୍ରିନା କୈଫ୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ ଏବେବି କେଉଁ କ୍ଷେତ୍ରରେ ପଛରେ ରହିଛି? ସେ ବିଷୟରେ ନିଜର ମତ ରଖିଛନ୍ତି ବଲିଉଡ୍ କୁଇନ କ୍ୟାଟ୍ରିନା କୈଫ୍ । ତାଙ୍କ କହିବା ମୁତାବକ, ମହିଳାଙ୍କୁ ପ୍ରାଧାନ୍ୟ ଦେଇ କାହାଣୀ ଲେଖିବାରେ ଏବେ ମଧ୍ୟ ବଲିଉଡ୍ ବହୁ ପଛରେ ରହିଅଛି । ଏକ ଇଭେଣ୍ଟରେ ଯୋଗ ଦେଇ କ୍ୟାଟ୍ରିନା କୈଫ୍ ଏଭଳି ମତ ପୋଷଣ କରିଛନ୍ତି ।

ତାଙ୍କ କହିବା ମୁତାବକ, ଯଦି ଆମେ ଆମେରିକୀୟ ସିନେମାକୁ ଦୃଷ୍ଟିରେ ରଖି ଦେଖିବା ତେବେ ମହିଳାଙ୍କ ପାଇଁ ବହୁତ ଭଲ ଭଲ ସ୍କ୍ରିପ୍ଟ ଆମକୁ ମିଳିଯିବ । ସେ ଜାଗାରେ ଫିମେଲ ଆକଟର୍ସ ମାନଙ୍କୁ ହିରୋ ହିସାବରେ ପରଦା ଉପରେ ଦର୍ଶକମାନେ ଦେଖିଥାନ୍ତି । ଏମିତିରେ ଏବେବି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଏବେ ମଧ୍ୟ ଆମେରିକୀୟ ଫିଲ୍ମରେ ରାଜ୍ କରି ଚାଲୁଛନ୍ତି ।

ଏହା ସହ ଏଭଳି ଅନେକ ସୋ’ ମଧ୍ୟ ରହିଛି, ଯେଉଁଠି ମହିଳାଙ୍କୁ ଆଖି ଆଗରେ ରଖି ସ୍କ୍ରିପ୍ଟ ଲେଖାଯାଉଛି । ବଲିଉଡ୍ ଏଭଳି ସ୍କ୍ରିପ୍ଟ ଲେଖିବାରେ ଏବେ ବି ପଛରେ ରହିଅଛି । ମୁଁ ଏବେ ସେଭଳି କ‌ାହାଣୀ ଖୋଜିବା ସହ ଲୋକଙ୍କୁ ଏ ବିଷୟରେ ଜଣାଉଛି ।

ତେବେ କ୍ୟାଟ୍ରିନାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ, ସେ ଶେଷଥର ପାଇଁ ‘ଭାରତ’ଫିଲ୍ମରେ ନଜର ଆସିଥିଲେ । ତେବେ ଆଗକୁ ସେ ‘ସୂର୍ଯ୍ୟବଂଶୀ’ ଫିଲ୍ମ‌ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ ବୋଲି ଜଣାପଡ଼ିଛି ।


ସେୟାର କରନ୍ତୁ