ମେଥି ଶରୀର ଉପରେ ପକାଇଥାଏ ଏହି ଖରାପ ପ୍ରଭାବ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଅନେକ ଲୋକ ମେଥି ଦାନାର ସେବନ କରିଥାନ୍ତି । ଯଦି ଆପଣ ମଧ୍ୟ ମେଥି ଖାଇବାକୁ ବହୁତ ପସନ୍ଦ କରୁଛନ୍ତି ତାହେଲେ ଜାଣି ରଖନ୍ତୁ ଯେ ଜରୁରୀ ନୁହେଁ ମେଥି ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହେବ । ଏହାର ଅନେକ ଗୁଡିଏ କ୍ଷତିକାରକ ପ୍ରଭାବ ମଧ୍ୟ ରହିଥାଏ । ମେଥି ଖାଇବା ଦ୍ୱାରା ଶରୀର ଉପରେ ପଡୁଥିବା ପାଞ୍ଚଟି କ୍ଷତିକାରକ ପ୍ରଭାବ ।

• ଏହା ଜରୁରୀ ନୁହେଁ ଯେ ମେଥିର ସେବନ ସମସ୍ତଙ୍କ ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ । କିଛିଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ବିଶେଷକରି ଯେଉଁ ଲୋକମାନେ ବ୍ଲଡ଼ ସୁଗାର କିମ୍ବା ଡାଇବେଟିସରେ ଆକ୍ରାନ୍ତ ସେହିଭଳି ବ୍ୟକ୍ତି ମାନଙ୍କୁ ଏହାର ସେବନ ଉପରେ ଧ୍ୟାନ ଦେବାକୁ ପଡିବ କାରଣ ଏହା ଶରୀରରେ ସୁଗାରର ସ୍ତରକୁ ପ୍ରଭାବିତ କରିଥାଏ ।
• ଅନେକ ସମୟରେ ଏହାକୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଯେପରିକି ଗ୍ୟାସ, ଆମ୍ବିଳ ହାକୁଟି ଆସିବା ଇତ୍ୟାଦି । ଏହିସବୁ ସମସ୍ୟାରୁ ବଂଚିବା ପାଇଁ ମେଥିର ସେବନ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ମେଥି ଆପଣଙ୍କୁ ସୁଟ କରୁନି ତାହେଲେ ଏହାର ସେବନ ଆପଣଙ୍କୁ ବନ୍ଦ କରିଦେବା ଆବଶ୍ୟକ।
• ଅନେକ ସମୟରେ ମେଥି ଖାଇବା ଦ୍ୱାରା ତ୍ୱଚାର ସମସ୍ୟା ଦେଖାଦେଇଥାଏ । ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ଇନଫେକ୍ସନ ଏବଂ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଦେଇଥାଏ ।
• ଏହା ବହୁତ ଗରମ ହୋଇଥାଏ ତେଣୁ ଏହାକୁ ଖାଇବା ଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ପରିସ୍ରାରେ ଅଜବ ଗନ୍ଧ ଆସିବା କିମ୍ବା ଏହିଭଳି ଅନ୍ୟ ସମସ୍ୟାରୁ ବଂଚିବା ପାଇଁ ମେଥିର ସେବନ ବନ୍ଦ କରନ୍ତୁ ।
• ଗର୍ଭବତୀ ମହିଳା କିମ୍ବା ନବଜାତ ଶିଶୁଙ୍କର ମା’ ମାନଙ୍କୁ ମେଥିର ସେବନ ଅତ୍ୟନ୍ତ ସାବଧାନତାର ସହ କରିବା ଆବଶ୍ୟକ କାରଣ ଏହାଦ୍ୱାରା ଡାଇରିଆ ଭଳି ସମସ୍ୟା ଦେଖାଦେଇପାରେ ।


ସେୟାର କରନ୍ତୁ