ଆପଣ ରାତିରେ କମ ସମୟ ଶୋଉଛନ୍ତି କି ହେଇପାରେ ଏହି ରୋଗ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମଣିଷ ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ପାଇଁ ସମୟ କାଢିବା ବଡ଼ କଥା ୲ ଦୈନନ୍ଦିନ କର୍ମମୟ ଜୀବନରେ ଆମେ ନିଜ ପାଇଁ ଭଲଭାଵେ ସମୟ ଦେଈ ପାରନ୍ତି ନାହିଁ ୲ ସେ ଦିନରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହହେଉ ଅଥବା ରାତିରେ ଶୋଇବା କଥା ହେଉ ୲

କିନ୍ତୁ ଏଭଳି ଅସାବଧାନତା ଅାମ ଅଜାଣତରେ ଅନେକ ରୋଗ ଡାକିଆଣେ ୲ ଆସନ୍ତୁ ଜାଣିବା ରାତିରେ କମ ସମୟ ଶୋଇଲେ କେଉଁ ସବୁ ରୋଗ ହେଇଥାଏ ୲

ଆପଣ ରାତିରେ ଭରପୂର ନିଦ୍ରା ଶୋଇପାରୁନାହାନ୍ତି । ଯଦି ଏପରି ହେଉନି, ତେବେ ସାବଧାନ ହୋଇଯାଆନ୍ତୁ ଏଥିପାଇଁ । କାରଣ ରାତିରେ ଠିକ ଭାବେ ନଶୋଇଲେ ଓଜନ ବୃଦ୍ଧି ସହିତ ମଧୁମେହ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ ।

ଏକ ନୂଆ ଗବେଷଣା ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ରାତିରେ 6 ଘଣ୍ଟା ଶୋଉଛନ୍ତି, ସେମାନଙ୍କ ଅଣ୍ଟାର ମାପ, ରାତିରେ 9 ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ଅଣ୍ଟାର ମାପଠାରୁ 3 ସେଣ୍ଟିମିଟର ଅଧିକ । କମ୍ ସମୟ ଶୋଉଥିବା ଲୋକଙ୍କ ପାଖରେ ମୋଟାପଣ ବୃଦ୍ଧିର ସମ୍ଭାବନା ଅଧିକ ରହିଥାଏ ବୋଲି ଗବେଷଣାରୁ ଜଣାପଡିଛି ।

ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କ କହିବାନୁସାରେ ମଣିଷ ଶରୀର ପର୍ଯ୍ୟାପ୍ତ ନିଦ ନହେଲେ ମଧୁମେହ ଭଳି ମୋଟାବୋଲିକ ରୋଗ ବୃଦ୍ଧିରେ ସହାୟତା କରିଥାଏ । ବ୍ରିଟେନ ୟୁନିଭର୍ସିଟ ଅଫ ଲିଡ୍ସର ଗବେଷକ ଗ୍ରେଗ୍ ପୋର୍ଟରଙ୍କ କହିବାନୁସାରେ 1980 ତୁଳନାରେ ସମଗ୍ର ବିଶ୍ୱରେ ମୋଟା ଲୋକଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି ।

ମଧୁମେହ ଭଳି ମୋଟାପଣ ମଧ୍ୟ ଅନେକ ପ୍ରକାର ରୋଗ ବୃଦ୍ଧି କରାଇବାରେ ସହାୟତା କରିଥାଏ । 1,615 ବୟସ୍କ ବ୍ୟକ୍ତିଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା । ଏମାନେ କେତେ ମାତ୍ରାରେ ଖାଦ୍ୟ ଖାଉଛନ୍ତି ଓ କେତେ ସମୟ ନିଦ୍ରା ଯାଉଛନ୍ତି ତାହାକୁ ଧ୍ୟାନରେ ରଖାଯାଇଥିଲା ।

ଏହାବ୍ୟତୀତ କମ୍ ଶୋଉଥିବା ଲୋକଙ୍କ ଶରୀରରେ କୋଲେଷ୍ଟେ୍ରାଲ ରକ୍ତ ସଞ୍ଚାରରେ ବାଧା ସୃଷ୍ଟି କରୁଥିବା ଚର୍ବିକୁ ହଟାଇବାରେ ସହାୟତା କରିବା ସହ ହୃଦରୋଗରୁ ବଞ୍ଚାଇଥାଏ । ଏଣୁ ଶରୀରରେ ଏହି କୋଲେଷ୍ଟେ୍ରଲର ସ୍ତର କମିଲେ ରୋଗକୁ ଆମନ୍ତ୍ରଣ ମିଳିଥାଏ ।


ସେୟାର କରନ୍ତୁ