କେଜିଏଫ 1ର ଏକ ବର୍ଷ ପୂର୍ତ୍ତି ଅବସରରେ ରିଲିଜ ହେଲା କେଜିଏଫ ଚାପ୍ଟର 2ର ପୋଷ୍ଟର

ସିନେମା
ସେୟାର କରନ୍ତୁ

କେଜିଏଫ 1କୁ ରିଲିଜ ହେବା ଏକ ବର୍ଷ ପୁରୀ ଯାଇଛି । 21ଡିସେମ୍ବର 2018ରେ ରିଲିଜ ହୋଇଥିବା ସାଉଥ ସୁପର ଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ 1କୁ ଦର୍ଶକ ଢେର ସାରା ପ୍ରଶଂସା କରିଥିଲେ । ଜଲ୍ଦି ଏହାର ଦୁସୁରା ପାର୍ଟ ରିଲିଜ ହେବାକୁ ଯାଉଛି । କେଜିଏଫ ଚାପ୍ଟର 1ର ଏକ ବର୍ଷ ପୂର୍ତ୍ତି ମୌକାରେ କେଜିଏଫ ଚାପ୍ଟର 2ର ନୂଆ ପୋଷ୍ଟର ଜାରି କରାଯାଇଛି । ଫିଲ୍ମର ପ୍ରଡ୍ୟୁସର ଫରହାନ ଅକତର ସୋସିଆଲ ମିଡିଆରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି ।
ପୋଷ୍ଟର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ପୋଷ୍ଟରଟି ଲୋକ ମାନଙ୍କୁ ଖୁବ ପସନ୍ଦ ଆସୁଛି, ଲୋକେ କମେଣ୍ଟ କରି ୟଶଙ୍କ ଲୋକକୁ ଖୁବ ତାରିଫ କରୁଛନ୍ତି । କେଜିଏଫ ପ୍ରଥମ ପାର୍ଟ ଆସିବା ପରେ ଏହାର ଆର ପାର୍ଟକୁ ଦର୍ଶକ ମାନେ ଦେଖିବା ପାଇଁ ଚାହିଁ ରହିଥିଲେ । ଫିଲ୍ମର ପ୍ରଥମ ପାର୍ଟ ଖାଲି ଦେଶ ମଧ୍ୟରେ ହିଁ ନୁହେଁ ତାହା ମଧ୍ୟ ବିଦେଶରେ ଭଲ ପଇସା କମାଇ ପାରିଥିଲା । ଏହି ଫିଲ୍ମଟି ତାମିଲ, ତେଲଗୁ, ହିନ୍ଦୀ, ମାଲାୟାଲମ ଭଳି ଭାଷା ମାନଙ୍କରେ ରିଲାଜ ହୋଇଥିଲା । ଏହି ଫିଲ୍ମଟି 200କୋଟିରୁ ଅଧିକ କମାଇ ପାରିଥିଲା ।
ଏବେ କେଜିଏଫ ଚାପ୍ଟର 2 ପୁଣି ଠାରେ କମାଲ ଦେଖେଇବାକୁ ଯାଉଛି । କେଜିଏଫ ପ୍ରଥମ ପାର୍ଟରେ ଆକ୍ଟର ୟଶ,ଶ୍ରୀନିଧି ସେଟି,ଅନନ୍ତ ନାଗ ଏବଂ ମାଳବୀକା ଅବିନାଶ ଏଥିରେ ନଜର ଆସିଥିଲେ । ସେଠି କେଜିଏଫ ଚାପ୍ଟର 2ରେ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ ମଧ୍ୟ ନଜର ଆସିବେ ।


ସେୟାର କରନ୍ତୁ