ବିଜେପି ପକ୍ଷରୁ ପରଜଙ୍ଗରେ ନମୋ ନବ ମତଦାତା ଭୋଟର ସମ୍ମିଳନୀ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆନ୍ତର୍ଯ୍ୟାତୀୟ ଭୋଟ ଦିବସ ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପରଜଙ୍ଗ ପାଣି ପଞ୍ଚାୟତ ଓ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତର କଲ୍ୟାଣୀ ମଣ୍ଡପ ଗୃହ ଠାରେ ନମୋ ନବ ମତଦାତା ଭୋଟର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ 25 ବର୍ଷ ଭାରତ ପାଇଁ ମହତ୍ବ ଥିବା ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିବା ନୂତନ ମତଦାତା ମାନଙ୍କୁ ଜଣାଇଥିବା ବେଳେ ଅଞ୍ଚଳ ତଥା ରାଜ୍ୟ ଓ ଦେଶର ବିକାଶ ପାଇଁ ଆଗାମୀ ନିର୍ବାଚନରେ ମତଦାନ କରିବେ ବୋଲି ନୂତନ ଭୋଟର ମାନେ ପ୍ରକାଶ କରିଛନ୍ତି ।

ତେବେ ପରଜଙ୍ଗରେ ବିଜେପି ରାଜ୍ୟ ଯୁବ ମୁର୍ଚ୍ଛା ସାଧାରଣ ସମ୍ପାଦକ ଦିପକ ଗୋଛାୟତଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ, କଙ୍କଡାହାଡ଼ ବ୍ଲକରେ ରାଜ୍ୟ କାର୍ଯ୍ୟ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ତେବେ ଏହ 2ଟି ସମ୍ମିଳନୀ ମାନଙ୍କରେ 5 ଶହରୁ ଉର୍ଦ୍ଧ ନୂତନ ମତଦାତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଭୋଟର ମାନଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ଉପସ୍ଥିତ ଭୋଟମାନେ କୃତଜ୍ଞତା ଜଣାଇବା ସହିତ ବହୁ ମାତ୍ରଳେ ଖୁସୀ ପ୍ରକଟ ମଧ୍ୟ କରିଛନ୍ତି ।


ସେୟାର କରନ୍ତୁ