‘ମଲଙ୍ଗ’ର ପ୍ରଥମ ପୋଷ୍ଟର ରିଲିଜ,ସାର୍ଟ ଲେସ ଲୁକରେ ଦେଖାଦେଲେ ଆଦିତ୍ୟ ରୟ କପୁର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଦିତ୍ୟ ରାୟ କାପୁର ଏବଂ ଦିଶା ପଟ୍ଟାନୀ ଷ୍ଟାରର ‘ମଲଙ୍ଗ’ ଫିଲ୍ମ 2020 ମସିହାର ବଡ଼ ଫିଲ୍ମର ଗୋଟିଏ ଅଟେ । ଫିଲ୍ମରେ ଦିଶା ଓ ଆଦିତ୍ୟଙ୍କ ଲୁକ ପୂର୍ବରୁ ଜାରି ହୋଇସାରିଛି । ଏବେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ଏଥିରେ ଆଦିତ୍ୟ ନିଜର ପୂର୍ବ ଫିଲ୍ମ ଠାରୁ ବିଲଖୁଲ ଅଲଗା ଦେଖାଯାଉଛନ୍ତି ।

ପୋଷ୍ଟରରେ ଆଦିତ୍ୟ ରାୟ କାପୁର ସାର୍ଟ ଲେସ ହୋଇକରି ରାଗରେ ଚିଲାଉ ଥିବାର ଦେଖାଯାଉଛନ୍ତି । ହାତରେ ଥିବା ସିରା ପ୍ରଶିରା ଗୁଡିକ ସଫା ଦେଖାଯାଉଛି ,ଆର୍ମି ଷ୍ଟାଇଲ ବାଳ ଓ ଦାଢ଼ି,କିଛି ଏମିତି ଅନ୍ଦାଜରେ ଆଦିତ୍ୟ ଦେଖାଯାଉଛନ୍ତି । ଆଦିତ୍ୟ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ପ୍ରେମ ପରିକି ନଫରତ ମଧ୍ୟ ପବିତ୍ର ଅଟେ’ । ଫିଲ୍ମରେ ଦିଶା ପଟ୍ଟାନୀଙ୍କ ଲୁକ ମଧ୍ୟ ଜାରି କରାଯାଇଛି । ପିଙ୍କ ବେଙ୍କଗ୍ରାଉଣ୍ଡରେ ଦିଶା ସୁନ୍ଦର ଦେଖାଯାଉଛନ୍ତି ।

ଏହି ଫିଲ୍ମ ପାଇଁ ଆକଟର୍ସ ଖୁବ ପରିଶ୍ରମ କରୁଛନ୍ତି । ପୂର୍ବରୁ ଦୁହେଁ ଏକ ଅଣ୍ଡର ୱାଟର କିସିଙ୍ଗ ସିନ ପାଇଁ ଟ୍ରେନିଂ ନେଉଥିଲେ । ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ଗୋଟିଏ ସିନ୍ ପାଇଁ ଦିଶା ଏବଂ ଆଦିତ୍ୟଙ୍କୁ 1 ମିନିଟ୍ ପର୍ଯ୍ୟନ୍ତ ପାଣି ଭିତରେ ରହିବାକୁ ପଡିଥିଲା । ଏହି ଶୁଟିଂ ଉଭୟ ଦିଶା ଓ ଆଦିତ୍ୟ ପାଇଁ ଖୁବ କଷ୍ଟକର ଥିଲା ।

ଫିଲ୍ମର ଟ୍ରେଲର 6 ଜାନୁୟାରୀରେ ରିଲିଜ ହେବାକୁ ଯାଉଛି । ମୋହିତ ସୁରୀ ନିର୍ଦେଶିତ ଏହି ଫିଲ୍ମରେ ଅଭିନେତା ଅନିଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟ୍ଟାନୀ, କୁନାଲ ଖେମୁ ମଧ୍ୟ ନଜର ଆସିବେ । ଏହି ଫିଲ୍ମକୁ ଲବ ରଞ୍ଜନ ଏବଂ ଅଂକୁର ଗର୍ଗ ମିଶିକରି ପ୍ରଡ୍ୟୁସ କରିଅଛନ୍ତି । ଫିଲ୍ମର ସୁଟିଂ ଲୋକେସନରୁ କେତେ ଗୁଡିଏ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଖବର ଏହା ମଧ୍ୟ ଆସୁଛି କି ଦିଶା ଓ ଆଦିତ୍ୟ ସ୍କୁଟରରେ ପୁରା ଗୁଆ ବୁଲିଛନ୍ତି ।


ସେୟାର କରନ୍ତୁ